ଭଣ୍ଡ ତାନ୍ତ୍ରିକ କୈଫ ଖାନ ଦାଦା ଅମିନ ଖାନକୁ ଗିରଫ କଲା ପୋଲିସ
କଟକ: କଟକରେ ଭଣ୍ଡ ତାନ୍ତ୍ରିକ କୈଫ ଖାନ ଗିରଫ ଘଟଣା ପରେ ଆଉ ଜଣଙ୍କୁ ଗିରଫ କରିଛି ପୋଲିସ । କୈଫକୁ ତା’ର ଠକେଇ କାରବାରରେ ସହଯୋଗ କରୁଥିବା ଅଭିଯୋଗରେ ମଙ୍ଗଳାବାଗ ପୋଲିସ କୈଫର ଦାଦା ଅମିନ ଖାନକୁ ଗିରଫ କରିଛି । ପୂର୍ବରୁ ଯେଉଁ ମାମଲାରେ କୈଫ ଗିରଫ ହୋଇଥିଲା ସବୁ ମାମଲାରେ ଅମିନ ସହଯୋଗ କରିଥିବା ଅଭିଯୋଗରେ ଗିରଫ ହୋଇଛି। ଧାତୁ ଯୋଗାଡ କରିବା, ପୂଜାପାଠରେ ବକେୟା ଟଙ୍କା ଆଦାୟ କରିବା, ପ୍ରତିକାର ସ୍ଥାନରେ ଗାତ ଖୋଳିବା କାମ କରୁଥିଲା ଅମୀର। ଇମ୍ରାନ ଲୋକ ଯୋଗାଡ଼ କରିବା ସହିତ ବିଭିନ୍ନ ପ୍ରକାର ମେଟାଲ ମଧ୍ୟ ଯୋଗାଡ଼ କରୁଥିଲା ।