ବ୍ୟବସାୟିକ ପ୍ରତିଷ୍ଠାନ ‘ଡିଏନ ହୋମ୍ସ’ରେ ଆଇଟି ରେଡ୍
ଭୁବନେଶ୍ବରରେ ବଡ଼ଧରଣର ଆୟକର ଚଢ଼ାଉ । DN ଗ୍ରୁପ ମୁଖ୍ୟ ଜଗଦୀଶ ନାୟକଙ୍କ ବ୍ୟବସାୟ ପ୍ରତିଷ୍ଠାନ ଉପରେ ରେଡ୍ । ରିୟଲ ଇଷ୍ଟେଟ୍ କମ୍ପାନୀର କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରୁ ୩୦ କୋଟି ଟଙ୍କା ଜବତ ହୋଇଥିବା ସୂଚନା ମିଳିଛି । ଚନ୍ଦ୍ରଶେଖର ଏକ ସରକାରୀ ଘରେ ଭଡା ନେଇ ରହୁଥିଲେ । ଉକ୍ତ ଭଡ଼ା ଘରୁ ୩୦ କୋଟି ଟଙ୍କା ମିଳିଥିବା ସୂଚନା ମିଳିଛି । ଏହି ଟଙ୍କା ସବୁ ତିନୋଟି ଟ୍ରଙ୍କ ଓ ଗୋଟିଏ ଆଟାଚିରୁ ବାହାରିଛି । ବ୍ୟବସାୟିକ ପ୍ରତିଷ୍ଠାନ ଡିଏନ୍ ଗ୍ରୁପ୍ ଉପରେ ଆୟକର ବିଭାଗର ଚଢାଉ । କମ୍ପାନୀର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀଙ୍କ ଘରେ ଚଢାଉ କରାଯାଉଛି । ଟିକସ ଫାଙ୍କିବା ଅଭିଯୋଗରେ ଗତକାଲି ରାତିରୁ ୨୨ ସ୍ଥାନରେ ଏକକାଳୀନ ରେଡ୍ କରାଯାଉଛି । ଭୁବନେଶ୍ୱର ୪ ନମ୍ବରରେ ଥିବା ଜଣେ କର୍ମଚାରୀ ଚନ୍ଦ୍ରଶେଖର ପଣ୍ଡାଙ୍କ ଘରେ ଆଇଟି ବିଭାଗର ୭ ଜଣିଆ ଟିମ୍ ଚଢାଉ କରୁଛନ୍ତି ।