ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର। ତେବେ ଗତକାଲି ଏକ ଘରୋଇ ଟିଭି ଚାନେଲରେ ମଧ୍ୟାନ୍ନ ଭୋଜନ ଦୁର୍ନୀତି ଖବର ପ୍ରସାରଣ ହେବ ପରେ ଆଜି ବିଧାନସଭାରେ ଏନେଇ ଝଡ ଉଠିଛି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ‘ଠିକାଦାର ମାନେ ବର୍ଷ ବର୍ଷ ଧରି ଏଭଳି ଦୁର୍ନୀତି କରୁଛନ୍ତି’। ଏହା ଉପରେ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଥିଲେ ତରାବାହିନୀ ପତି।ସ୍କୁଲ ଗୁଡିକରେ ମଧ୍ୟାନ୍ନ ଭୋଜନ ପାଇଁ ୫୦ କିଲିଆ ବସ୍ତା ଆସିଥାଏ। କିନ୍ତୁ କେଉଁ ବସ୍ତରୀ ୨ କିଲୋ ତ କେଉଁଥିରୁ ତିନି କିଲୋ ଲେଖାଏଁ ଗାଏବ ହୋଇଯାଉଛି। ରାଜ୍ୟର ପ୍ରାୟ ସମସ୍ତ ସ୍କୁଲରେ ଓଜନ ମାପ ଯନ୍ତ୍ର ନଥିବାରୁ ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖିବା ସହିତ ଗଣତି କରି ଚାଉଳ ବସ୍ଥାକୁ ରଖୁଥିଲେ। ତେବେ ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ ଚାଉଳ ବସ୍ତା ଓଜନ ପରେ ଅସଲ କଥା ସାମ୍ନାକୁ ଆସିଛି।
Trending
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
- ଆଜି ରଙ୍ଗର ପର୍ବ ହୋଲି
- ଆଗାମୀ ରାଜ୍ୟସଭା ଦ୍ୱିବାର୍ଷିକ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ବିହାର ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା,ନିତିନ ନବୀନ ଏବଂ ଶିବେଶ କୁମାରଙ୍କ ନାମରେ ମୋହର
- ବିଦେଶରେ ଫସିଥିବା ଓଡ଼ିଆମାନଙ୍କ ସୁରକ୍ଷା ଏବଂ ସହାୟତା ପାଇଁ ଜାରି ହାଲା ଜରୁରୀକାଳୀନ ନମ୍ବର
- ଶ୍ରୀକ୍ଷେତ୍ରରେ ଦୋଳବେଦୀରେ ମହାପ୍ରଭୁଙ୍କ ଦର୍ଶନ ବେଳେ ଦଳାଚକଟା ସ୍ଥିତି
- ଆଜି ଲାଗୁଛି ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ,ଅପରାହ୍ଣ ୩ଟା ୨୦ରେ ହେବ ଗ୍ରହଣ ସ୍ପର୍ଶ