ମଧ୍ୟାନ୍ନ ଭୋଜନରେ ବଡ ଦୁର୍ନୀତି। ପ୍ରତି ବସ୍ତାରେ ଗାଏବ୍ ହେଇଯାଉଛି୨/୩କେଜି ଚାଉଳ। ଆଉ ପିଲାଙ୍କ ପେଟରେ ପଡୁଛି ଲାତ। ଅନେକ ଦିନ ଧରି ଏହି ବିଷୟରେ ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଶୋଇ ରହିଥିଲେ ସରକାର। ତେବେ ଗତକାଲି ଏକ ଘରୋଇ ଟିଭି ଚାନେଲରେ ମଧ୍ୟାନ୍ନ ଭୋଜନ ଦୁର୍ନୀତି ଖବର ପ୍ରସାରଣ ହେବ ପରେ ଆଜି ବିଧାନସଭାରେ ଏନେଇ ଝଡ ଉଠିଛି। ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏ ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି। ‘ଠିକାଦାର ମାନେ ବର୍ଷ ବର୍ଷ ଧରି ଏଭଳି ଦୁର୍ନୀତି କରୁଛନ୍ତି’। ଏହା ଉପରେ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଅନ୍ତୁ କାର୍ଯ୍ୟାନୁଷ୍ଠାନ ଲାଗି ନିବେଦନ କରିଥିଲେ ତରାବାହିନୀ ପତି।ସ୍କୁଲ ଗୁଡିକରେ ମଧ୍ୟାନ୍ନ ଭୋଜନ ପାଇଁ ୫୦ କିଲିଆ ବସ୍ତା ଆସିଥାଏ। କିନ୍ତୁ କେଉଁ ବସ୍ତରୀ ୨ କିଲୋ ତ କେଉଁଥିରୁ ତିନି କିଲୋ ଲେଖାଏଁ ଗାଏବ ହୋଇଯାଉଛି। ରାଜ୍ୟର ପ୍ରାୟ ସମସ୍ତ ସ୍କୁଲରେ ଓଜନ ମାପ ଯନ୍ତ୍ର ନଥିବାରୁ ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖିବା ସହିତ ଗଣତି କରି ଚାଉଳ ବସ୍ଥାକୁ ରଖୁଥିଲେ। ତେବେ ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ ଚାଉଳ ବସ୍ତା ଓଜନ ପରେ ଅସଲ କଥା ସାମ୍ନାକୁ ଆସିଛି।
Trending
- “ପଶ୍ଚିମବଙ୍ଗକୁ ଦୁଷ୍କର୍ମକାରୀ ଏବଂ ଅପରାଧୀଙ୍କ ପାଇଁ ଏକ ସୁରକ୍ଷିତ ଠିକଣା – ବିଜେପି
- ପୁଣି ଥରେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ସଙ୍ଗୀତକାର ଅଭିଜିତ ମଜୁମଦାର
- ବିଜେପିରୁ ପ୍ରାର୍ଥୀ ହେବେ ଜୟ ଢ଼ୋଲକିଆ
- ବୃହତ୍ ମତ୍ସ୍ୟ ମାର୍କେଟର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ
- ଜଳେଶ୍ୱରର ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଦୁର୍ଗାପୁରରେ ଗଣଦୁଷ୍କର୍ମ
- ରାଜ୍ୟ କ୍ୟାବିନେଟ୍ର ୨୮ତମ ବୈଠକ , ୧୫ଟି ପ୍ରସ୍ତାବ ଉପରେ ବାଜିଲା ମୋହର
- ଗଣତାନ୍ତ୍ରିକ ସମାଜରେ ଉଗ୍ରବାଦ, ଆତଙ୍କୀ କାର୍ଯ୍ୟକଳାପର କୌଣସି ସ୍ଥାନ ନାହିଁ
- ଆଇଏଏସ ସ୍ତରରେ ବଡ଼ ଧରଣର ଅଦଳବଦଳ
- ମଝି ଆକାଶରେ ଯାତ୍ରୀ ଅସୁସ୍ଥ ଅନୁଭବ କରିବାକୁ ଏୟାର ଇଣ୍ଡିଆ ବିମାନର ଜରୁରୀକାଳନୀ ଅବତରଣ
- ଅତିରିକ୍ତ ଏସପି ସ୍ତରରେ ବଡ ଧରଣର ଅଦଳବଦଳ