ବାଲୁକାକଳାରେ ମିହିର ଦାଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ମେଟ୍ରୋ ଟିଭି ଓଡିଶା,୧୨/୧: ପୁରୀ ବେଳାଭୂମିରେ ବାଲୁକାକଳା ମାଧ୍ୟମରେ ଓଡିଶାର ପ୍ରସିଦ୍ଧ ଅଭିନେତା ମିହିର ଦାସଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ
ତାଙ୍କ ଦେହାନ୍ତରେ ଓଲିଉଡ ଜଗତର ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ କଟକର ଏକ ଘରୋଇ ଡାକ୍ତରଖାନାରେ ଅପରାହ୍ନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ତିନିଦଶନ୍ଧିରୁ ଉର୍ଦ୍ଧ ସମୟ ଧରି ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ନିଜର ଅଭିନୟ ଦ୍ୱାରା ଘରେ ଘରେ ପରିଚିତ ଥିଲେ । ତାଙ୍କ ଶେଷଦର୍ଶନ ପାଇ ବହୁ କଳାକାର ଆସି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।