ବାପାଙ୍କ ଆଶୀର୍ବାଦରୁ ଜିତିଲି: ଦୀପାଳି

ଝାରସୁଗୁଡ଼ା: ଝାରସୁଗୁଡ଼ାରେ ବିଜୟୀ ହେବା ପରେ ଦୀପାଳି ଦାସ ଝାରସୁଗୁଡ଼ାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବିକାଶ ହେବ ବୋଲି କହିଛନ୍ତି । ବାପାଙ୍କ ଆଶୀର୍ବାଦରୁ ଜିତିଲି ବୋଲି କହିଛନ୍ତି ଦୀପାଳି ଦାସ । ଝାରସୁଗୁଡ଼ା ଉପନିର୍ବାଚନରେ ଦୀପାଳି ଦାସ ତାଙ୍କର ନିକଟତମ ପ୍ରତିଦ୍ବନ୍ଦ୍ବୀ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କଠାରୁ ୪୮ହଜାର ୨୩୭ ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ସର୍ବଶେଷ ସୂଚନା ଅନୁଯାୟୀ, ଦୀପାଳିଙ୍କୁ ୧ ଲକ୍ଷ ୭ହଜାର ୩ ଖଣ୍ଡ ଭୋଟ ମିଳିଛି।  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପାଇଛନ୍ତି ୫୮, ୩୮୪ ଭୋଟ । କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ  ୪, ୪୭୩  ଖଣ୍ଡ ଭୋଟ ପାଇଛନ୍ତି।