ଜନତା ଜନାର୍ଦ୍ଦନଙ୍କ ଭୋଟ୍ ଆଧାରରେ ଗଠନ ହୁଏ ସରକାର। ହେଲେ ସରକାର ବଦଳିଲେ ବଦଳିଯାଏ ଚିତ୍ର। ପୂର୍ବ କ୍ଷମତାରେ ଥିବା ବ୍ୟକ୍ତି ବିଶେଷଙ୍କଠାରୁ କାଢ଼ି ନିଆଯାଇଥାଏ ସୁବିଧା ଏବଂ ସୁରକ୍ଷା। କିଛି ଏଭଳି ଚିତ୍ର ଦୀର୍ଘ ୨୫ ବର୍ଷ ଧରି ଓଡ଼ିଶାରେ ଶାସନ କ୍ଷମତାରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଆଗରେ ଦେଖିବାକୁ ମିଳିଛି।୨୦୨୪ ନିର୍ବାଚନରେ ବହୁମତ ପାଇ ଭାଜପା ସରକାର ଗଢ଼ିଛି। ଦଳୀୟ ନିଷ୍ପତ୍ତି ଆଧାରରେ ମୋହନ ଚରଣ ମାଝୀ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ଏଣୁ ଏବେ ନବୀନ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ। ବିଜେଡି ସରକାର କ୍ଷମତାରୁ ଯିବା ଏବଂ ନୂଆ ସରକାର ଶପଥ ନେବାର ଦିନକ ପରେ ନବୀନ ନିବାସରେ ଥିବା ଅସ୍ଥାୟୀ ପୋଲିସ କ୍ୟାମ୍ପକୁ ଉଠାଯାଇଛି।ନବୀନ ନିବାସ ଆଗରେ ଥିବା ପୋଲିସ କ୍ୟାମ୍ପର ସାମଗ୍ରୀକୁ ବାହାର କରାଯାଇଛି। ପ୍ରୋଟୋକଲ ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଛି।
Trending
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
Prev Post
Next Post