ଆଗକୁ ସହରାଞ୍ଚଳ ସମ୍ପ୍ରସାରଣକୁ ନଜରରେ ରଖି କଟକ-ଭୁବନେଶ୍ବର-ପୁରୀକୁ ଟ୍ରିପଲ୍ ସିଟି ଗଠନ କରାଯାଉ। ମେଟ୍ରୋ ସମେତ ସାଧାରଣ ପରିବହନ ବ୍ୟବସ୍ଥାକୁ ସେହି ଢାଞ୍ଚାରେ ନିର୍ମାଣ କରିବାକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।ପୁରୀରେ ଏକ ଅନ୍ତର୍ଜାତୀୟ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଥିଲେ ହେଁ ସରକାରଙ୍କ ପ୍ରମୁଖ ଯୋଜନା, କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ ଆଦି ଭୁବନେଶ୍ବର-କଟକ ମଧ୍ୟରେ ସୀମିତ ରହିଯାଇଛି। ନିକଟରେ ପୁରୀ-ଭୁବନେଶ୍ବର ମଧ୍ୟରେ ରେଳ ଚଳାଚଳ ସମୟ ଯେପରି କମିବ ସେଥିପାଇଁ ରେଳ ମନ୍ତ୍ରଣାଳୟ ପକ୍ଷରୁ ଖୋର୍ଦ୍ଧା ରୋଡ୍ (ଜଟଣୀ) ଠାରେ ୧୯୨ କୋଟି ଟଙ୍କାରେ ଏକ ଫ୍ଲାଏ ଓଭର ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଛି। ଏପରିସ୍ଥଳେ ମନ୍ତ୍ରୀଙ୍କ ଏହି ଯୋଜନା କାର୍ଯ୍ୟକାରୀ ହେଲେ ପୁରୀ-ଭୁବନେଶ୍ବର-କଟକକୁ ନେଇ ଓଡ଼ିଶାର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି ହୋଇପାରିବ। ଏହା ସହ ରାଜଧାନୀ ସମେତ ବିଭିନ୍ନ ସହରାଞ୍ଚଳରେ ଯେପରି ଅଯଥା ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ସେଥିପାଇଁ ରାସ୍ତା ଡିଜାଇନ୍ ଉପରେ ଫୋକସ୍ କରିବା, ନାଲି ବତୀ ସିଗ୍ନାଲ ଯୋଗୁ ସୃଷ୍ଟି ହେଉଥିବା ଭିଡ଼କୁ ନିୟନ୍ତ୍ରଣ କରିବାକୁ ଅଧିକ ଓଭରବ୍ରିଜ୍, ଆପ୍ରୋଚ୍ ରୋଡ୍ ନିର୍ମାଣ କରିବା, ଲୋକ ଯେପରି କମ୍ ସମୟରେ ଗନ୍ତବ୍ୟସ୍ଥଳରେ ପହଞ୍ଚିପାରିବେ ତାହାକୁ ନଜରରେ ରଖି ଯୋଜନା ପ୍ରସ୍ତୁତ କରିବାକୁ ମନ୍ତ୍ରୀ କହିଛନ୍ତି।
Trending
- ଓଏଏସ୍ ସ୍ତରରେ ଅଦଳବଦଳ
- ଭାରତର ନୂଆ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ୍ ଙ୍କ ରାଜନୈତିକ କ୍ୟାରିଅର୍ ସଂମ୍ପର୍କରେ ଜାଣନ୍ତୁ…..
- ମୋଦୀ ଯୁବା ମାରାଥନରେ ନିଶାମୁକ୍ତ ଭାରତର ବାର୍ତା ଦେବ ବିଜେପି ଯୁବମୋର୍ଚ୍ଚା
- ଉପରାଷ୍ଟ୍ରପତି ନିର୍ବାଚନ: ବିଜେଡି ସମଦୂରତା ରକ୍ଷାକରିବ
- ପୁଣି ବର୍ଷିଲେ ସୈାମ୍ୟ ରଞ୍ଜନ ପଟ୍ଟନାୟକ
- ନବୀନ ଦିଲ୍ଲୀରେ, ବିଜେଡି କାହାକୁ ଦେବ ଭୋଟ
- ରାଜ୍ୟ ରାଜନୀତିର ଦୁଇ ପ୍ରମୁଖ ଦଳ ବିଜେଡି ଆଉ ବିଜେପିର ମୁଖିଆ ଏବେ ଦିଲ୍ଲୀ ଗସ୍ତରେ
- ନବୀନ କାହାକୁ ସମର୍ଥନ କରିବେ ?
- ପିତୃପକ୍ଷ ଆରମ୍ଭ
- ନିର୍ମିତ ରୋପୱେ ଭାଙ୍ଗି 6 ମୃତ
Prev Post