ଭୁବନେଶ୍ୱରରୁ ହଟିବ ରାଜନୈତିକ ପୋଷ୍ଟର। ଏହା ସହ କାନ୍ଥ ଲେଖା ବି ଲିଭାଯିବ। ଏନେଇ ପ୍ରସ୍ତୁତି କରିଛି ଭୁବନେଶ୍ୱର ମହାନଗର ନିଗମ (ବିଏମସି)। ତେବେ ନିର୍ବାଚନ ଆୟୋଗଙ୍କ ଗାଇଡ୍ ଲାଇନ୍ ଆଧାରରେ ଏହି କାମ କରାଯିବ ବୋଲି ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି । ତେବେ ସମସ୍ତ ରାଜନୈତିକ ଦଳ ଗୁଡିକ ଏନେଇ ଅବଗତ ଅଛନ୍ତି । ଏବଂ ଏହି କାମରେ ବିଏମସିକୁ ସହଯୋଗ କରୁଥିବା କମିସନର କୁଲାଙ୍ଗେ ସୂଚନା ଦେଇଛନ୍ତି ।ସୂଚନା ଥାଉକି, ନିର୍ବାଚନ ଆୟୋଗଙ୍କ ଚିଠି ଆଧାରରେ ଏହି ପୋଷ୍ଟର ହଟା କାମ କରାଯିବ। ତେଣୁ ଖୁବଶୀଘ୍ର ଭୁବନେଶ୍ୱରର ବିଭିନ୍ନ କାନ୍ଥ ଓ ପାଚେରୀରେ ଲେଖାଯାଇଥିବା ରାଜନୈତିକ ଲେଖା, ପୋଷ୍ଟର ଓ ବ୍ୟାନର ହଟାଯିବ। ଏହାସହ କାନ୍ଥ, ଗଛ ଓ ଖୁଣ୍ଟରେ ପୋଷ୍ଟର ଲଗାଇବା ଉପରେ କଟକଣା ଲଗାଯାଇଛି।ଏଠାରେ କହି ରଖୁ ଯେ, ପୂର୍ବରୁ ଏହି ପୋଷ୍ଟରକୁ ନେଇ ଭୁବନେଶ୍ୱରରେ ରାଜନୈତିକ ବିବାଦ ଉପୁଜିଥିଲା । ସାଂସଦ ଅପରାଜିତାଙ୍କ ଲେଖା ଲିଭାଇ ଅଡୁଆରେ ପଡିଥିଲା ବିଏମସି । ତେବେ ଏହି କାର୍ୟ୍ୟ ପାଇଁ ପ୍ରାୟ ୧୦ ଲକ୍ଷ ଟଙ୍କା ଜରିମାନା ଆଦାୟ କରି ସାରିଛି ବିଏମସି ।
Trending
- ଗ୍ରୀନ୍ ଇଣ୍ଡିଆ ଚିଟ୍ ଫଣ୍ଡ୍ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ବ୍ରହ୍ମପୁରରେ ଚଢ଼ାଉ କରିଛି
- ଗୁରୁବାର ପାଇଁ ମାଡ଼ ଖାଇଛି ଛାଡ଼ଖାଇ
- ଆଜି ବିହାରରେ ପ୍ରଥମ ପର୍ଯ୍ୟାୟ ମତଦାନ,୧୩୧୪ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା କରୁଛନ୍ତି ୩କୋଟି ୭୫ଲକ୍ଷ ଭୋଟର
- ବାଲିଯାତ୍ରା ଏକ ପର୍ବ ନୁହେଁ, ଏହା ଓଡ଼ିଶାର ଗୌରବମୟ ନୌବାଣିଜ୍ୟ ଐତିହ୍ୟ ଓ ସାଧବଙ୍କ ଦୁଃସାହସିକ ମନୋବଳର ପ୍ରତୀକ
- ବେଦାନ୍ତ ଆଲୁମିନିୟମ୍ ଝାରସୁଗୁଡାରେ ସାଇବର ସୁରକ୍ଷା ସଚେତନତା ଅଭିଯାନ – ଓଡିଶା ୨୦୨୫’ ଅଧିବେଶନର ଆୟୋଜିତ
- ଅଙ୍ଗନବାଡ଼ି ଚଣା ଓ ମୁଢ଼ି ଯୋଗାଣରେ ଅନିୟମିତତା ଅଭିଯୋଗ
- ଜାନୁଆରି ୧ ରେ ଆରମ୍ଭ ହେବ ଝାରସୁଗୁଡ଼ା ଜିଲ୍ଲା ମହୋତ୍ସବ ଦୁଲଦୁଲି
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
Prev Post