୧୫୦ ବର୍ଷ ତଳୁ କଟକରେ ଗଢ଼ିଉଠିଥିଲା ବ୍ୟବସାୟିକ ପ୍ରତିଷ୍ଠାନ ମାଲଗୋଦାମ । ତେବେ ଏକ ଶତାବ୍ଦୀ ବର୍ଷର ପୁରୁଣା ଏହି ମାଲଗୋଦାମକୁ ନେଇ ଆସିଛି ଏକ ବଡ଼ ଖବର । ସମୟକ୍ରମେ ଯାନବାହାନ ଚଳାଚଳ ବଢ଼ିବା ସହିତ ବ୍ୟବସାୟୀଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ସେଥିପାଇଁ ଏହାକୁ ଫୁଲନଖରାରୁ ମଙ୍ଗୁଳି ମଧ୍ୟରେ ଥିବା ଜାତୀୟ ରାଜପଥ କଡ଼କୁ ସ୍ଥାନାନ୍ତର କରିବାକୁ ବଣିକ ସଂଘ ନିଷ୍ପତ୍ତି ନେଇଛି ।ତେବେ ନୂଆ ମାଲଗୋଦାମ ପାଇଁ ରୂପରେଖ ଚୂଡ଼ାନ୍ତ ହୋଇସାରିଛି । ଖୁବଶୀଘ୍ର ରାଜ୍ୟ ସରକାରଙ୍କୁ ବଣିକ ସଂଘ ପକ୍ଷରୁ ଏକ ପ୍ରସ୍ତାବ ଦିଆଯିବ ବୋଲି ଜଣାପଡ଼ିଛି । ୧୯୬୬ ମସିହା ନଅଙ୍କ ଦୁର୍ଭିକ୍ଷ ପରେ କଟକରେ ମାଲଗୋଦାମ ବସିଥିଲା । ପାଖାପାଖି ୬୦ ଏକର ଜମିରେ ତିଆରି ହୋଇଥିବା ଏହି ମାଲଗୋଦାମରେ ୫ଟି ଗୋଦାମ ଓ ୧୫ଟି ଦୋକାନ ରହିଥିଲା । ମାତ୍ର ଏବେ ଖୁଚୁରା ଦୋକାନ ଓ ଗୋଦାମକୁ ମିଶାଇ ପାଖାପାଖି ୭୮୦ରେ ପହଞ୍ଚି ଗଲାଣି ।ମାଲଗୋଦାମକୁ ଦୈନିକ ପାଖାପାଖି ୪ ହଜାର ସାଧାରଣ ଲୋକ ଓ ବ୍ୟବସାୟୀ ଆସୁଛନ୍ତି । ଏଥିସହିତ ଛତିଶଗଡ଼, ତାମିଲନାଡ଼ୁ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟରୁ ଦୈନିକ ୫୦-୬୦ ଟ୍ରକ ମାଲ ନେଇ ଆସୁଛି । ଦିନକୁ ଦିନ ମାଲଗୋଦାମର କଳେବର ବୃଦ୍ଧି ପାଉଥିବା ବେଳେ ଲୋକଙ୍କର ଗମନାଗମନ ମଧ୍ୟ ବଢ଼ିବାରେ ଲାଗିଛି । କାଉଣ୍ଟର ଗୋଟିଏ ସ୍ଥାନରେ ରହିଥିବା ବେଳେ ଗୋଦାମ ଅଲଗା ଅଲଗା ସ୍ଥାନରେ ରହୁଛି ।
Trending
- ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ୧୧୦ ତମ ଜନ୍ମ ଜୟନ୍ତୀ ପାଳିତ
- ରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ସିଭି ଆନନ୍ଦ ବୋଷ
- ଦିଲ୍ଲୀ ଏମ୍ସ ସ୍ଥାନାନ୍ତର ହେଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ
- ଖାମନେଇଙ୍କ ମୃତ୍ୟୁରେ ଭାରତର ଶୋକ
- ରାଜ୍ୟସଭା ପାଇଁ ନାମାଙ୍କନ ଦାଖଲ କରିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର
- ରାଜ୍ୟସଭା ପାଇଁ ଆଜି ନାମାଙ୍କନ ଭରିଛନ୍ତି ସଂତୃପ୍ତ ମିଶ୍ର ଏବଂ ଡକ୍ଟର ଦତ୍ତେଶ୍ଵର ହୋତା
- ସ୍ପେଶାଲ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କର ଜାମିନ ମଞ୍ଜୁର କଲେ ହାଇକୋର୍ଟ
- ବିହାର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ,ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ନୀତୀଶ କୁମାର
- ସ୍ୱଦେଶୀ ଜ୍ଞାନକୌଶଳରେ ଆତ୍ମଘାତୀ ଡ୍ରୋନ ନିର୍ମାଣ କଲା ଭାରତ ,
- ହୋଲିରେ ଅଘଟଣ, ଗାଧୋଇବାକୁ ଯାଇ ବୁଡିଗଲେ ୪ ଯୁବକ
Prev Post
Next Post