କେନ୍ଦ୍ରାପଡ଼ା ଜିଲା ସଦର ଥାନା ଅନ୍ତର୍ଗତ ଭରତପୁର ପଞ୍ଚାୟତସ୍ଥ ଖଣ୍ଡିଆବନ୍ଧ ଗ୍ରାମରେ ଗୁରୁବାର ବାଣ ବିସ୍ଫୋରଣ ହୋଇଥିଲା। ଏଥିରେ ଏହି ଗ୍ରାମର ଡା. ସୁଜିତ କୁମାର ସାମଲ ଗୁରୁତର ହୋଇ କଟକ ବଡ଼ ମେଡିକାଲରେ ଏବେବି ଚିକିତ୍ସିତ ହେଉଛନ୍ତି। ରାସ୍ତା ପାର୍ଶ୍ୱରେ ଶୁଖା ଯାଇଥିବା ବାଣ ଉପରେ ତାଙ୍କ କାର ଚଢ଼ିଯିବାରୁ ଏହି ବିସ୍ଫୋରଣ ହୋଇଥିଲା। ସେହିପରି ୨୦୨୨ ନଭେମ୍ବର ୨୩ରେ ବାଣୁଆର ଅସାବଧାନତାରୁ ଏହି ଥାନା ଅନ୍ତର୍ଗତ ବାଲିଆ ବଜାରର କାର୍ତ୍ତିକେଶ୍ୱର ଭସାଣିରେ ବଡ଼ଧରଣର ବାଣ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ମୃତାହତଙ୍କ ସଂଖ୍ୟା ୪୦ରୁ ଅଧିକ ଥିଲା। ଏହି ୨ ଘଟଣା ଏବେ ବାଣ ନିର୍ମାଣକାରୀଙ୍କ ଜୀବିକାକୁ ଦୋଛକିରେ ପହଞ୍ଚାଇ ଦେଇଛି। ପାର୍ବଣ ଋତୁ ଓ ବିବାହ ବ୍ରତରେ ବାଣ ଉପଯୋଗ ପ୍ରତି ଅଧିକ କଟକଣା ହେବା ଆଶଙ୍କା କରାଯାଉଛି। ଅପରପକ୍ଷରେ ବେଆଇନ ଭାବେ ବାଣ ନିର୍ମାଣ ହେଉଥିବା ସ୍ଥାନରେ ପରିବାରର ଶିଶୁ ସଦସ୍ୟ ସାମିଲ ନେଇ ଅଭିଯୋଗ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ଜିଲା ପୋଲିସ ଏ ସମ୍ପର୍କରେ ସଚେତନତା ସୃଷ୍ଟି ସହ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ମତ ମିଳିଛି।
ଏ ସମ୍ପର୍କରେ ବୁଦ୍ଧିଜୀବୀ ନିହାର କୁମାର ପ୍ରଧାନ କହିଛନ୍ତି, ସାମାନ୍ୟ ଅସାବଧନତା ଯୋଗୁ ବାଣ ବିସ୍ଫୋରଣରେ ଜୀବନ ଯିବା ଘଟଣା ଗତବର୍ଷ ବାଲିଆଠାରେ ଦେଖିବାକୁ ମିଳିଥିଲା। ସେହିପରି ଗୁରୁବାର ଖଣ୍ଡିଆବନ୍ଧ ଗ୍ରାମର ବାଣ ନିର୍ମାଣକାରୀ ରମାକାନ୍ତ ମଲ୍ଲିକଙ୍କ ଅସାବଧାନତା ପାଇଁ କାର ସମେତ କେତେକ ଘର ନଷ୍ଟ ହୋଇଛି। ଏଥିସହ ଡା. ସାମଲ ଗୁରୁତର ହୋଇଛନ୍ତି। ଏହି ୨ ଘଟଣାକୁ ତର୍ଜମା କଲେ ବାଣ ପ୍ରତି ଅସବଧାନତା ଘଟଣା ପଦାକୁ ଆସିଛି। ବାଲିଆଠାରେ ବାଣ ଥିବା ସ୍ଥାନରେ ଚକ୍ରିବାଣ ଚଳାଇବା ସମୟରେ ନିଆଁ ଝୁଲ ପଡ଼ି ବିସ୍ଫୋରଣ ହୋଇଥିଲା। ସେହିପରି ଖଣ୍ଡିଆବନ୍ଧ ଗ୍ରାମରେ ରାସ୍ତା ପାର୍ଶ୍ୱରେ ବାଣ ଶୁଖା ଯାଉଥିଲା। ପ୍ରଥମ କଥା ଯେ, ଏହି ବାଣ ନିର୍ମାଣ ପାଇଁ ଜିଲାରେ କାହାକୁ ଅନୁମତି ନ ଥିବା ତଦନ୍ତ ସମୟରେ ଜଣାପଡ଼ିଛି। ତେବେ ନିର୍ମାଣ ସମୟରେ ପରିବାରର ଶିଶୁ ସଦସ୍ୟଙ୍କୁ ସାମିଲ କରାଯାଉଥିବା ନେଇ ସେ ଉଦ୍ବେଗ ପ୍ରକାଶ କରିଛନ୍ତି।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Next Post