ବିଭିନ୍ନ ସମୟରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ନିମନ୍ତେ ପୂର୍ବରୁ ଓଡ଼ିଶା ବହୁ ଜାତୀୟ ତଥା ଅନ୍ତର୍ଜାତୀୟ ପୁରସ୍କାର ହାସଲ କରିଥିଲା । ତେବେ ଏହା ମଧ୍ୟରେ ଓଡ଼ିଶା ଜିତିଛି ସ୍ୱର୍ଣ୍ଣ ପଦକ । ନୂଆଦିଲ୍ଲୀର ପ୍ରଗତି ମୈଦାନରେ କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳାରେ ଓଡ଼ିଶା ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟବାସୀଙ୍କ ଗୌରବ ବଢ଼ାଇଛି ।କେନ୍ଦ୍ର ସରକାରଙ୍କ ବାଣିଜ୍ୟ ମନ୍ତ୍ରଣାଳୟ ତରଫରୁ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ସେଥିରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ, ବିଭିନ୍ନ ମନ୍ତ୍ରଣାଳୟ ଅଂଶଗ୍ରହଣ କରିଥିଲେ । ତେବେ ଓଡ଼ିଶା ପାଭିଲିୟନ ସେଥିରେ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ସ୍ୱର୍ଣ୍ଣ ହାସଲ କରିଛି । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ ସରୋଜ କୁମାର ସାମଲ ଉଦଯାପନୀ ଉତ୍ସବରେ ଏହି ପୁରସ୍କାର ଗ୍ରହଣ କରିଥିଲେ ।୪୨ତମ ଭାରତ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା ଗତ ୧୪ ତାରିଖରୁ ଆରମ୍ଭ ହୋଇଥିଲା । ଉକ୍ତ ମେଳାରେ ଓଡ଼ିଶା ପାଭିଲିୟନର ପରିକଳ୍ପନା ଓ ନିର୍ମାଣକୁ ଦେଶ, ବିଦେଶର ବହୁ ପର୍ଯ୍ୟଟକ ପ୍ରଶଂସା କରିବା ସହିତ ମିଲେଟରୁ ପ୍ରସ୍ତୁତ ଆରିସା ପିଠା, ମିକ୍ସଚର, କୁକିଜ, ନୁଡୁଲ୍ସକୁ ବେଶ୍ ପସନ୍ଦ କରିଥିଲେ । ସେହିପରି ରାଜ୍ୟର ହସ୍ତତନ୍ତରେ ନିର୍ମିତ କରୁଣା ପାଟ, କନ୍ଧମାଳ ଅଦା, ସୋରିଷ, ପାଳୁଅ ଆଦି ସମସ୍ତଙ୍କର ବେଶ୍ ପସନ୍ଦଯୋଗ୍ୟ ଜିନିଷ ଭାବେ ସୁନାମ ଆଣିଥିଲା । ଓଡ଼ିଶା ପାଭିଲିୟନରେ ବୋଇତ ଉପରେ ରହିଥିବା ତନ୍ତ ବସ୍ତ୍ରକୁ ସମସ୍ତେ ପ୍ରଶଂସା କରିଥିଲେ । ଏଥିସହିତ ଚାନ୍ଦୁଆ, ପଟ୍ଟଚିତ୍ର, ପ୍ରସ୍ତର ମୂର୍ତ୍ତିକୁ ମଧ୍ୟ ଦର୍ଶକଙ୍କ ମନ ମୋହିଥିଲା । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ସଡ଼କ ସୁରକ୍ଷା କ୍ଷେତ୍ରରେ ଉତ୍ତମ ପଦକ୍ଷେପ ପାଇଁ ଓଡ଼ିଶା ସ୍ୱତନ୍ତ୍ର ଜୁରି ପାଇଥିଲା ।
Trending
- ସାମୁଦ୍ରିକ ଝଡ଼ ‘ମନ୍ଥା’ : ଓଡ଼ିଶା ପାଇଁ ଟଳିଗଲା ବିପଦ
- ସାମୁଦ୍ରିକ ଝଡ଼ ‘ମୋନ୍ଥା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି , ରାତି ୧୨ଟା ସୁଦ୍ଧା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଶେଷ ହେବ
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
Prev Post