ତିନିଗୁଣା ଗ୍ୟାସ୍ ଦର, ବିଜେପି ଚୁପ୍ କାହିଁକି?

 ରୋଷେଇ ଗ୍ୟାସ୍‌ ମୂଲ୍ୟରେ ୫୦ ଟଙ୍କାର ବୃଦ୍ଧି ହୋଇଛି। ଗ୍ୟାସ ଦର ବୃଦ୍ଧିକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କଲା ଶାସକ ବିଜୁ ଜନତା ଦଳ।  ଖଣ୍ଡପଡ଼ା ବିଧାୟକ ସୌମ୍ୟ ରଞ୍ଜନ ପଟ୍ଟନାୟକ କହିଛନ୍ତି, ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି ଲଢେଇ କରୁଛି ଓ ଆଗକୁ କରିବ ମଧ୍ୟ। ୫୦ ଟଙ୍କାର ଗ୍ୟାସ ଦର ବୃଦ୍ଧି ଗରିବଙ୍କୁ ଭାରି ବାଧିଛି। କିନ୍ତୁ ଏହି ପ୍ରସଙ୍ଗରେ ରାଜ୍ୟ ବିଜେପି ପୂରା ଚୁପ୍। କିନ୍ତୁ ବିଜେଡି ଲଢ଼େଇ କରବି ବୋଲି କହିଛନ୍ତି।

 ଦେଶର ବିକାଶ ପାଇଁ ଯାହା ଆବଶ୍ୟକ ସେଭଳି ପ୍ରସଙ୍ଗରେ ବିଜେଡି ସମର୍ଥନ କରେ କିନ୍ତୁ ଯେଉଁ ପ୍ରସଙ୍ଗରେ ସମର୍ଥନ ଦେଇ ହେବ ନାହିଁ ତାହାକୁ ଅଣଦେଖା କରିପାରିବନି ବିଜେଡି।