ଡାଲି ଦର ବୃଦ୍ଧି
ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଏବଂ ପ୍ରଚାର ଜୋର ଧରିଲାଣି। ଏଭଳି ସମୟରେ ଦରଦାମ୍ ଅସ୍ତବ୍ୟସ୍ତ କଲାଣି। ପୂର୍ବରୁ ଅନ୍ୟାନ୍ୟ ସାମଗ୍ରୀର ଦର ଉଚ୍ଚା ଥିବାବେଳେ ଏବେ ବଜାରରେ ହଠାତ୍ ହରଡ଼ ଡାଲି ମହଙ୍ଗା ହୋଇଯାଇଛି। କ୍ବିଣ୍ଟାଲ ପିଛା ୩୦୦ରୁ ୪୦୦ ଟଙ୍କା ବଢ଼ିଯାଇଛି। ପାଇକାରୀ ବଜାରରେ କିଲୋପିଛା ହରଡ଼ ଡାଲି ୧୩୫ରୁ ୧୫୩ ଟଙ୍କାରେ ପହଞ୍ଚିଯାଇଛି। ଡାଲି ଦର ବୃଦ୍ଧି ସାଧାରଣ ଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ବିଶେଷତଃ ଓଡ଼ିଶା ଭଳି ରାଜ୍ୟର ସମସ୍ୟା ଅଧିକ। କାରଣ ରାଜ୍ୟରେ ମୋଟ୍ ଡାଲି ଆବଶ୍ୟକତା ୯ ଲକ୍ଷ ୩୦ ହଜାର ଟନ୍। କିନ୍ତୁ ଏଥିରୁ ମାତ୍ର ୭୦ରୁ ୮୦ ହଜାର ଟନ୍ ଡାଲି ରାଜ୍ୟରେ ଉତ୍ପାଦନ