ଟ୍ୱିନ୍ ସିଟିରେ କମ୍ ବଜେଟରେ ପାଆନ୍ତୁ ହାଇପ୍ରୋଫାଇଲ୍ ଘର

ଆଜିକାଲିର ଦୁନିଆରେ ନିଜର ଘର ଖଣ୍ଡେ ପାଇବା ସମସ୍ତଙ୍କ ପାଇଁ ଏକ ସ୍ୱପ୍ନ ରହିଥାଏ । ତେବେ ଅର୍ଥାଭାବରୁ ଅନେକଙ୍କର ସେହି ସ୍ୱପ୍ନ ପୂରଣ ହୋଇ ପାରିନଥାଏ । ତେବେ ଆପଣଙ୍କର ସେହି ସ୍ୱପ୍ନକୁ ବାସ୍ତବତାର ରୂପ ଦେବ ‘ମହାଦେବ ଗ୍ରୀନ୍ସ’ । କମ୍ ବଜେଟରେ ଆକର୍ଷଣୀୟ ତଥା ହାଇପ୍ରୋଫାଇଲର ଘର ଆପଣମାନେ ପାଇପାରିବେ ଟ୍ୱିନ୍ ସିଟିରେ । ଆଜିର ସମୟରେ ଜାଗା ଖଣ୍ଡେ କିଣିବା ସାଧାରଣ ଲୋକଙ୍କ ପାଇଁ କାଠିକାର ପାଠ ହୋଇଥିବା ବେଳେ ମହାଦେବ ଗ୍ରୀନ୍ସ ଏ କ୍ଷେତ୍ରରେ ଗେମ୍ ଚେଞ୍ଜର ସାଜିବ ।ତେବେ ଆପଣମାନେ ମହାଦେବ ଗ୍ରୀନ୍ସ ଉପରେ ଭରସା କରି ଭୁବନେଶ୍ୱର ଓ କଟକର ପ୍ରମୁଖ ସ୍ଥାନମାନଙ୍କରେ ବଢ଼ିଆ ଘର ପାଇ ପାରିବେ । କଟକର ତ୍ରିଶୁଳିଆ ଠାରୁ ମାତ୍ର ୩.୭ କିମି ଦୂରରେ ଆଗାମୀ ଦିନରେ ମେଟ୍ରେ ଷ୍ଟେସନ ନିର୍ମିତ ହେବାକୁ ଯାଉଥିବା ବେଳେ ସେହି ଅଞ୍ଚଳରେ ଆପଣମାନେ ସ୍ୱପ୍ନର ଘର ପାଇବାର ସୁଯୋଗ ରହିଛି । ମହାଦେବ ଗ୍ରୀନ୍ସ ଭୁବନେଶ୍ୱର ଓ କଟକର ବାସିନ୍ଦାଙ୍କୁ ଏକତା ସୂତ୍ରରେ ଯୋଡ଼ିବାକୁ ପ୍ରୟାସ ଆରମ୍ଭ କରିଛି । ‘More Space, More Greens, More Life’ ଏହି ସଂକଳ୍ପ ନେଇ ମହାଦେବ ଗ୍ରୀନ୍ସ ପ୍ରୋଜେକ୍ଟ ଡିଜାଇନ୍ କରି ଲୋକଙ୍କୁ ସେମାନଙ୍କ ପରିବାର ସହ ଶାନ୍ତିରେ ଜୀବନ ବିତାଇବାକୁ ସୁଯୋଗ ଦେଉଛି ।