ଜାଗା ମିଶନରେ ଦୁର୍ନୀତି!

କଂଗ୍ରେସରେ ଯୋଗ ଦେବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୟ ପଟ୍ଟନାୟକ ।ତାଙ୍କ କହିବା ଅନୁସାରେ ସରକାରଙ୍କ ତଥ୍ୟ ଅନୁସାରେ ୧୮ ଲକ୍ଷ ଲୋକ ବସ୍ତିରେ ବସବାସ କରୁଛନ୍ତି । ରାଜ୍ୟ ସରକାର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜାଗା ଯୋଗାଇ ଦେଉଥିବା କହୁଥିବା ବେଳେ  ଏଥିରେ ଦଳୀୟ କର୍ମୀ ପାଉଛନ୍ତି ଜାଗା   ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ ।
ରାଜୀବ ଆବାସ ଯୋଜନାରେ ବସ୍ତି ଲୋକଙ୍କୁ ଘର ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତି ନେଇଥିଲେ । ଉପା ସରକାର ଯିବା ପରେ ଏହାର ନାମ ପରିବର୍ତ୍ତନ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା କଲେ । ଓଡ଼ିଶା ସରକାର ବସ୍ତି ଲୋକଙ୍କୁ ଜମି ଦେବା ପାଇଁ ତିଆରି କଲେ ଜାଗା ମିଶନ । ୨୦୧୧ରୁ ଏହାର ଏକ ଯୋଗ୍ୟ ତାଲିକା ହୋଇଛି । ହେଲେ ରାଜ୍ୟ ସରକାର ୨୦୨୩ ରେ ନୂଆ ତାଲିକା କରିଛନ୍ତି ।  ନୂଆ ତାଲିକାରେ ଦୁଇ ମହଲା କୋଠା, ପ୍ରଭାବଶାଳୀ ଲୋକ, ବଡ ବଡ ଦୋକାନ ଥିବା ଲୋକଙ୍କୁ ଦିଆ ଯାଇଛି ।  ଏଥିରୁ ଜଣା ପଡୁଛି  ବିଏମସି  ପକ୍ଷରୁ ଚଞ୍ଚକତା କରାଯାଇଛି । ଯାହାକୁ କଂଗ୍ରେସ ଦୃଢ଼ ନିନ୍ଦା କରୁଛି ଏବଂ ଏହାକୁ ବାତିଲ କରିବାକୁ ଦାବି କରିଛି ।