ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆ ତରଫରୁ ପ୍ରଥମ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ
ଜର୍ଣ୍ଣାଲିଷ୍ଟ କାଉନସିଲ ଅଫ ଇଣ୍ଡିଆର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଗୀତ ଗୋବିନ୍ଦ ସଦନରେ ଆୟୋଜିତ କାର୍ଯ୍ୟକ୍ରମରେ ସାମ୍ବାଦିକମାନଙ୍କୁ ଉତ୍କର୍ଷ ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ଅରୁଣ ଦାସ, ମେଟ୍ରୋ ଗ୍ରୁପର ପରିଚାଳକ ସମ୍ପାଦକ ପିଉଷ ମହାନ୍ତି, ଓଡ଼ିଶା ରିପୋର୍ଟର ସଂପାଦକ ସ୍ବାଧୀନ କୁମାର ରାଉତ ଯୋଗ ଦେଇଥିଲେ । ଏହି ସଂଗଠନ ସାମ୍ବାଦିକମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ କାମ କରୁଥିବା ଅତିଥିମାନେ କହିଥିଲେ । କାର୍ଯ୍ୟକ୍ଷେତ୍ରରେ ସମସ୍ୟା ଉପୁଜିଲେ ସାମ୍ବାଦିକଙ୍କୁ ସହଯୋଗ କରିବାକୁ ଏକମତି ପ୍ରକାଶ ପାଇଥିଲା । ସାମ୍ବାଦିକଙ୍କ ସୁରକ୍ଷା ସହ ଉନ୍ନତି କିପରି ହୋଇପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।