ଗ୍ୟାସ୍ ବୁକିଂର ୪୮ଘଣ୍ଟା ମଧ୍ୟରେ ନଦେଲେ କାର୍ଯ୍ୟାନୁଷ୍ଠାନ
ଗ୍ୟାସ୍ ବୁକିଂର ୪୮ଘଣ୍ଟା ମଧ୍ୟରେ ଖାଉଟିଙ୍କ ନିକଟରେ ଗ୍ୟାସ୍ ପହଞ୍ଚିବା ଦରକାର। ଏନେଇ ପୂର୍ବରୁ ଥିବା ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯାଉ। ନଚେତ୍ ଖିଲାପକାରୀ ବିତରକଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ। ଗ୍ୟାସ୍ କଳାବଜାରୀ ଓ ତୈଳ ସାମଗ୍ରୀରେ ଅପମିଶ୍ରଣ ରୋକିବାକୁ ବିଭିନ୍ନ ସ୍ଥାନରେ ନିୟମିତ ଯାଞ୍ଚ କରାଯିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି।