ଓଡ଼ିଶାକୁ ବିଶ୍ୱ ସ୍ତରରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିବା ବେଳେ ଏହା ମଧ୍ୟରେ ପୁଣି ଏକ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ପୂର୍ବରୁ କୋରାପୁଟ କଫି, ଝାଡ଼ୁ, ମାଣ୍ଡିଆ, ହଳଦୀଗୁଣ୍ଡ ଆଦି ଇ-କମର୍ସ ସାଇଟରେ ଉପଲବ୍ଧ ହୋଇଥିଲା । ତେବେ ଏହା ମଧ୍ୟରେ ଇ-କମର୍ସ କମ୍ପାନୀ ଆମାଜନ ନିଜ ୱେବସାଇଟ ତଥା ଆପରେ କୋରାପୁଟ ହଳଦୀ ସାବୁନକୁ ସ୍ଥାନିତ କରିଛି ।ତେବେ ଉକ୍ତ ହଳଦୀ ସାବୁନର ମୂଲ୍ୟ ୮୫ ଟଙ୍କା ରହିଥିବା ବେଳେ ଓଡ଼ିଶା ଗ୍ରାମୀଣ ବିକାଶ ଓ ମାର୍କେଟିଂ ସୋସାଇଟି (ଓରମାସ) ପକ୍ଷରୁ ଆମାଜନକୁ ଏହି ସାବୁନ ଯୋଗାଇ ଦିଆଯାଇଛି । ଆଗାମୀ ଦିନରେ କଫି ସାବୁନ ଓ ଆଲୋବେରା ମଧ୍ୟ ଇ-କମର୍ସ ସାଇଟରେ ମିଳିପାରିବ ବୋଲି ଆଶା କରାଯାଉଛି । ପ୍ରଥମେ କୋରାପୁଟ ହଳଦୀରୁ ପ୍ରସ୍ତୁତ ସାବୁନକୁ ଖୋଲା ବଜାରରେ ବିକ୍ରି କରାଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ରାଜ୍ୟ ବାହାରେ ତା’ର ଚାହିଦା ବଢ଼ିବା ପରେ ଆମେରିକାକୁ ରପ୍ତାନୀ କରାଯାଇଥିଲା । ସେଠାରେ ମଧ୍ୟ ଗ୍ରାହକମାନେ ତାହାକୁ ବହୁତ ପସନ୍ଦ କରିଥିଲେ ।ତେବେ ଆମେରିକା ଭଳି ଏକ ବିକଶିତ ରାଷ୍ଟ୍ରରେ ଲୋକମାନେ କୋରାପୁଟ ନିର୍ମିତ ଏହି ସାବୁନକୁ ଗ୍ରହଣ କରିଥିବାରୁ ସେନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯାଇଥିଲା । ଦେଶ, ବିଦେଶରେ ଏହାର ଉପଲବ୍ଧତା ବୃଦ୍ଧି ଲକ୍ଷ୍ୟରେ ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି । ଆଗାମୀ ଦିନରେ ଏହି ସାବୁନର ଚାହିଦା ଅନଲାଇନରେ ବଢ଼ିଲେ ତାହା କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିବା ସହିତ ଏହାକୁ ପ୍ରସ୍ତୁତ କରୁଥିବା ମହିଳାଙ୍କୁ ଅଧିକ ପ୍ରୋତ୍ସାହିତ ଓ ସଶକ୍ତ କରିବ ।
Trending
- ୮ମ ବେତନ କମିଶନକୁ ଅନୁମୋଦନ
- ଜିରୋ କାଜୁଆଲିଟି ସରକାରଙ୍କ ଲକ୍ଷ୍ୟ , ପ୍ରଥମ ଓ ଦ୍ୱିତୀୟ ଦିନରେ ୫ଟି ଜିଲ୍ଲା ପ୍ରଭାବିତ ହେବ – ମୁଖ୍ୟମନ୍ତ୍ରୀ
- ଭୟ ନକରି ସତର୍କ ରୁହନ୍ତୁ, ଆମେ ଏକାଠି ବାତ୍ୟାର ମୁକାବିଲା କରିବା – ନବୀନ
- ଛଠ ପୂଜା କାର୍ଯ୍ୟକ୍ରମରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବର୍ତ୍ତମାନ ମୋନ୍ଥା ଗୋପାଳପୁର ଠାରୁ ୫୫୦ କିଲୋମିଟର ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି
- ବାତ୍ୟା ପାଇଁ ଖୋର୍ଦ୍ଧା ଜିଲାରେ ୨ ଦିନ ସ୍କୁଲ ଛୁଟି ଘୋଷଣା
- ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’ ପାଇଁ ୮ ଜିଲାରେ ସ୍କୁଲ ଛୁଟି ଘୋଷଣା
- ବାତ୍ୟାର ପ୍ରଭାବ ଦାରିଙ୍ଗବାଡ଼ିରେ ଦେଖିବାକୁ ମିଳିଛି, ମଧ୍ୟାହ୍ନରୁ ବର୍ଷା, ପବନ ଲାଗିରହିଛି
- ସରକାର ଗଢ଼ିବା ପାଇଁ ଭୋଟରଙ୍କୁ ପ୍ରତିଦିନ ଲୋଭ ଦେଖାଉଛନ୍ତି ତେଜସ୍ବୀ
- ନୂଆପଡ଼ାରେ ତିନି ପ୍ରମୁଖ ରାଜନୈତିକ ଦଳଙ୍କ ଫୋକସରେ ଚାଷୀ, ମହିଳା
Prev Post
Next Post