କୁନି ଝିଅ ପରେ ପ୍ରାଣ ହାରିଲେ ମା’ ରେବତୀ ରାଉଳ
କୁନି ଝିଅ ପରେ ପ୍ରାଣ ହାରିଲେ ମା’ । ଦୁର୍ଘଟଣାରେ ୮ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ ଆଜି ମା’ ପ୍ରାଣ ହରାଇଛନ୍ତି । ମୃତ ମହିଳାଙ୍କ ନାଁ ରେବତୀ ରାଉଳ । ରାକ୍ଷୀ ପୂର୍ଣ୍ଣିମା ଦିନ ଭୁବନେଶ୍ବର ପାତ୍ରପଡା ଠାରେ ଘଟିଥିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା । ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ୮ ବର୍ଷୀୟ ଝିଅ । ଏହାକୁ ନେଇ ଗତକାଲି ରାଜରାସ୍ତା ବନ୍ଦ କରିଥିଲେ ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟାଇଥିବା ଥର ଗାଡି ମଧ୍ୟ ଜବତ ହୋଇଛି । ଆଜି ଏକ ଘରୋଇ ହସ୍ପିଟାଲରେ ମା’ ରେବତୀ ରାଉଳଙ୍କ ମୃତ୍ୟୁ ଘଟିଛି । ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଏବେ ବି ଫେରାର ଅଛି ।
ଭୁବନେଶ୍ୱରର ପାତ୍ରପଡ଼ା ଜାତୀୟ ରାଜପଥରେ ଶନିବାର ମା’, ଝିଅ ଓ ପୁଅକୁ ଧକ୍କା ଦେଇ ଫେରାର୍ ହୋଇଯାଇଥିଲା ଥର୍ ଗାଡ଼ି । ମାମୁଁ ଘରୁ ରାକ୍ଷୀ ବାନ୍ଧି ଘରକୁ ଫେରିବା ବେଳେ ଚାଲିଯାଇଥିଲା କୁନି ଝିଅର ଜୀବନ । ଗୋଟିଏ ଥର୍ ଏବଂ ସ୍କର୍ପିଓ କାର୍ ରେସିଂ କରିବା ବେଳେ ରାସ୍ତା ପାର ହେଉଥିବା ବେଳେ ମା’, ଝିଅ ଏବଂ କୁନି ପୁଅ ଉପରେ ଚଢାଇ ଦେଇଥିଲା ଥର୍ କାର୍ । ଥର୍ ଏବଂ ସ୍କର୍ପିଓ ରେସିଂ କରିବା ବେଳେ ଏମିତି ଘଟଣା ଘଟିଥିଲା । ୮ ବର୍ଷର କୁନି ଝିଅଙ୍କର ଜୀବନ ଚାଲିଯାଇଥିବା ବେଳେ ମା’ ଏବଂ ଦୁଇ ବର୍ଷର ପୁଅ ଗୁରୁତର ଥିଲେ ।