କଳାହାଣ୍ଡି ଓ ନୂଆପଡ଼ାରେ ପାଣ୍ଡିଆନଙ୍କ ମାରାଥନ ପ୍ରଚାର
ନୂଆପଡ଼ା: କଳାହାଣ୍ଡି ଜିଲ୍ଲା ଓ ନୂଆପଡ଼ା ଜିଲ୍ଲାରେ ଶନିବାର ମାରାଥନ ନିର୍ବାଚନ ପ୍ରଚାର କରିଥିଲେ ବିଜେଡି ନେତା ଭି କେ ପାଣ୍ଡିଆନ। ବିରୋଧୀଙ୍କୁ ଟାର୍ଗେଟ କରି ଶ୍ରୀ ପାଣ୍ଡିଆନ ଆହୁରି କହିଥିଲେ ଯେ ଆପଣଙ୍କ ସାଂସଦ ଗତ ୫ ବର୍ଷରେ କ’ଣ କରିଛନ୍ତି? ବିଏସ୍କେୱାଇ କାର୍ଯ୍ୟକ୍ରମକୁ ବନ୍ଦ କରିବାକୁ କେନ୍ଦ୍ରମନ୍ତ୍ରୀ ଷଡ଼୍ଯନ୍ତ୍ର କରୁଛନ୍ତି। ଯଦି ସମସ୍ତ ଉନ୍ନୟନ କାର୍ଯ୍ୟକ୍ରମ ଚାଲୁ ରହିବାକୁ ଚାହୁଁଛନ୍ତି, ତା’ହେଲେ ମୁଖ୍ୟମନ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ।ବିଜେପିର ଡବଲ ଇଞ୍ଜିନ ନାରାର ଜବାବ ଦେବାକୁ ଯାଇ ସେ ସିଧା ସିଧା କହିଥିଲେ ଯେ ଓଡ଼ିଶାରେ ସବୁବେଳେ ନବୀନ ବାବୁଙ୍କ ଇଞ୍ଜିନ ହିଁ ଚାଲିବ। ଯଦି ଡବଲ ଇଞ୍ଜିନ ଏତେ ଭଲ, ତେବେ ପଡ଼ୋଶୀ ରାଜ୍ୟ ଛତିଶଗଡ଼ରେ କାହିଁକି ତାଙ୍କ ଇଞ୍ଜିନ ବାରମ୍ବାର ବଦଳୁଛି ବୋଲି ପ୍ରଶ୍ନ କରିଥିଲେ ଶ୍ରୀ ପାଣ୍ଡିଆନ।