କମେଣ୍ଟ ମରା ହେଲା କାଳ ,ଭୁବନେଶ୍ୱର ରାଜରାସ୍ତାରେ ଗଡିଲା ମୁଣ୍ଡ

କମେଣ୍ଟ ମରା ହେଲା କାଳ ,ଭୁବନେଶ୍ୱର ରାଜରାସ୍ତାରେ ଗଡିଲା ମୁଣ୍ଡ

ମେଟ୍ରୋ ଟିଭି ଓଡିଶା,୧୬/୧: କମେଣ୍ଟ ମରାକୁ ନେଇ ଗଡିଲା ମୁଣ୍ଡ। ରାଜଧାନୀରେ ବୀଭତ୍ସ ହତ୍ୟା। ବିଚ୍ ରାସ୍ତାରେ ଯୁବକଙ୍କୁ ଛୁରାମାଡ଼ । ଭୁବନେଶ୍ୱର ସୈନିକ ସ୍କୁଲ ନିକଟ ପ୍ରେସ ଛକ ଠାରେ ହତ୍ୟାକାଣ୍ଡ ଘଟିଛି । ଗୋଷ୍ଠୀ ବିବାଦରୁ ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି। ରାସ୍ତାକଡ଼ ଫୁଟ୍ପାଥରେ ଉଭୟ ଗୋଷ୍ଠୀ ମଧ୍ୟରେ କଥା କଟାକଟି ହୋଇଥିଲା । ପରେ ଉତ୍କ୍ଷିପ୍ତ ହୋଇ ଜଣେ ଯୁବକ ଗୋଟିଏ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିଥିଲା ।

ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିଲା। ମୃତ ଯୁବକ ଗାଡ଼କଣ ଗାଁର ।ସହିଦନଗର ପୋଲିସ ଘଟଣାର ତଦନ୍ତ କରୁଛି। ଘଟଣାରେ ଜଣଙ୍କୁ ଅଟକ ରଖାଯାଇ ପଚରା ଉଚରା ଚାଲିଛି। ମାଷ୍ଟରମାଇଣ୍ଡ ଓ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି। ଭୁବନେଶ୍ୱର ବାହାରକୁ ଏକ ଟିମ୍ ପଠାଯାଇଛି। କମେଣ୍ଟ ମରାକୁ ନେଇ ଗଣ୍ଡଗୋଳ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଘଟଣାରେ ୫ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି।