ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିଛନ୍ତି ବିଜେପିର ଦୁଇ ପର୍ଯ୍ୟବେକ୍ଷକ ରାଜନାଥ ସିଂହ ଓ ଭୂପେନ୍ଦ୍ର ଯାଦବ । ମୋହନ ଚରଣ ମାଝି ହେବେ ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ଏଥିସହିତ ୨ ଜଣ ଉପମୁଖ୍ୟମନ୍ତ୍ରୀଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି । କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ଶ ନୂଆ ସରକାରରେ ଉପମୁଖ୍ୟମନ୍ତ୍ରୀ ଦାୟିତ୍ୱ ତୁଲାଇବେ । ଏନେଇ ଦଳର ଦୁଇ ପର୍ଯ୍ୟବେକ୍ଷକ ଘୋଷଣା କରିଛନ୍ତି ।ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣାକୁ ନେଇ ବେଶ୍ କଳ୍ପନାଜଳ୍ପନା ପ୍ରକାଶ ପାଇଥିବା ପାଇଥିବା ବେଳେ ଏବେ ନାମ ଘୋଷଣା ସରିବା ପରେ ଉକ୍ତ ଚର୍ଚ୍ଚାର ଅବସାନ ଘଟିଛି । ମୋହନ ୨୦୨୪ ବିଧାନସଭା ନିର୍ବାଚନରେ କେନ୍ଦୁଝର ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡି ପ୍ରାର୍ଥୀ ମୀନା ମାଝିଙ୍କୁ ପରାସ୍ତ କରିଥିଲେ । ମୋହନ ୮୭ ହଜାର ୮୧୫ ଖଣ୍ଡ ଭୋଟ ପାଇଥିବା ବେଳେ ମୀନା ୭୬ ହଜାର ୨୩୮ ଖଣ୍ଡ ଭୋଟ ପାଇଥିଲେ ।ସେହିପରି କନକ ବର୍ଦ୍ଧନ ଏଥର ପାଟଣାଗଡ଼ ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ ସେ ତାଙ୍କର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ସରୋଜ ମେହେରଙ୍କୁ ପରାସ୍ତ କରିଥିଲେ । କନକ ବର୍ଦ୍ଧନ ୯୩,୮୨୩ ଖଣ୍ଡ ଭୋଟ ପାଇଥିବା ବେଳେ ସରୋଜ ୯୨,୪୬୬ ଖଣ୍ଡ ଭୋଟ ପାଇଥିଲେ । ସେହିପରି ପ୍ରଭାତୀ ଚଳିତ ନିର୍ବାଚନରେ ନିମାପଡ଼ା ବିଧାନସଭା ଆସନରୁ ବିଜୟୀ ହୋଇଥିଲେ । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେଡିର ଦିଲ୍ଲୀପ କୁମାର ନାୟକଙ୍କୁ ପରାସ୍ତ କରିଥିଲେ ।
Trending
- ପାର୍ଟ ପ୍ଲଟ୍ ଲାଗି ଆଇନରେ ସଂଶୋଧନ ଆଣିଛି ଗୃହ ଓ ନଗର ଉନ୍ନୟନ ବିଭାଗ,ଫଳରେ ପାର୍ଟ ପ୍ଲଟ୍ ବିକ୍ରି ପାଇଁ ବାଟ ଫିଟିଛି
- ହାତୀବେଶରେ ଭକ୍ତଙ୍କୁ ଦର୍ଶଦ ଦେଇଛନ୍ତି ଶ୍ରୀଜିଉ
- ଆସନ୍ତାକାଲି ଠାରୁ ଶ୍ରୀଅଲାରନାଥ ଭକ୍ତଙ୍କୁ ଦର୍ଶନ ଦେବେ
- ସ୍ନାନ ପୂର୍ଣ୍ଣିମାରେ ପୁରୀରେ ବରିଷ୍ଠ ସେବାୟତଙ୍କୁ ହତ୍ୟା
- ଟ୍ରମ୍ପଙ୍କୁ ମାରିବାକୁ ଧମକ ଦେଲା ଅଲକାଏଦା ନେତା ସାଦ୍ ବିନ୍ ଆତିଫ୍
- ସ୍ନାନବେଦୀରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
- ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ସ୍ନାନବେଦୀରେ ଶ୍ରୀଜିଉ
- ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, 3 ମୃତ
- ୧ ବର୍ଷ ଭିତରେ ବିଜେପି ସରକାର ନିଜର ସଙ୍କଳ୍ପପତ୍ରରେ ଥିବା ପ୍ରମୁଖ ପ୍ରତିଶ୍ରୁତିକୁ ପାଳନ କରିଛି – ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ବନ୍ୟଜନ୍ତୁ ଆକ୍ରମଣ ମୃତ୍ୟୁକାଳୀନ ସହାୟତା ରାଶି ବୃଦ୍ଧି
Next Post