ରାଜ୍ୟରେ ସଦ୍ୟ ସମାପ୍ତ ହୋଇଥିବା ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ଘଟିଛି। ଏହା ପରେ ସୋମବାର ପଦ ଛାଡ଼ିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ଭକ୍ତ ଚରଣ ଦାସ। ନିଜ ଉପରକୁ ନୈତିକ ଦାୟିତ୍ୱ ନେଇ ସେ ପ୍ରଦେଶ କଂଗ୍ରେସ କମିଟି ପ୍ରଚାର କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିବା କହିଛନ୍ତି।ରାଜ୍ୟରେ ଉଭୟ ବିଧାନସଭା ଓ ଲୋକ ସଭା ଆସନରେ ଦଳର ଖରାପ ପ୍ରଦର୍ଶନ ପରେ ସେ ପଦ ଛାଡ଼ିଛନ୍ତି। ଇସ୍ତଫାପତ୍ର ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ନିକଟକୁ ତାଙ୍କର ଇସ୍ତଫାପତ୍ର ପଠାଇଛନ୍ତି। କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷରୁ ବିଜୟ ପଟ୍ଟନାୟକଙ୍କୁ ହଟାଇ ତାଙ୍କ ସ୍ଥାନରେ ଭକ୍ତ ଦାସଙ୍କୁ ନିଯୁକ୍ତ କରାଯାଇଥିଲା। ଏବେ ସେ ନିଜ ପଦରୁ ଇସ୍ତଫା ଦେଇ ଦେଇଛନ୍ତି।ଏନେଇ ଭକ୍ତ ଦାସ କହିଛନ୍ତି, ଆମେ ଅତି କମ୍ରେ ୪୦-୪୫ ସିଟ୍ରେ ବିଜୟ ହାସଲ କରି ପାରିଥାନ୍ତୁ। ମାତ୍ର ଦଳ ସେପରି ପ୍ରଦର୍ଶନ କରି ପାରିଲାନି। କ୍ୟାମ୍ପେନ କମିଟି ତରଫରୁ ତତ୍ପରତା ପ୍ରକାଶ ପାଇ ପାରିଲାନି। ଆମେ ଯେଉଁ ହିସାବରେ ସଭା-ସମିତି କରିବା କଥା କରି ପାରିଲୁନି। ମୁଁ ନିଜେ ନିର୍ବାଚନ ନ ଲଢ଼ିଥିଲେ ହୁଏତ ପ୍ରଚାରକୁ ଅଧିକ ତ୍ୱରାନ୍ବିତ କରି ପାରିଥାନ୍ତି। ନିର୍ବାଚନ ସମୟରେ ବରିଷ୍ଠ ନେତାଙ୍କ ବୈଠକ ହୋଇ ପାରିଲାନି। ମୋ’ ପଦ ହିସାବରେ ଆହୁରି ଅଧିକ ପ୍ରଦର୍ଶନ କରିବାର ଥିଲା, ଯାହାକି କରି ପାରିଲିନି। ସେଥିପାଇଁ ନୈତିକତା ଦୃଷ୍ଟିରୁ ମୁଁ ଦଳ ଛାଡୁଛି।
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post