ଓଡିଶାର ମାଲକାନଗିରି ଅଞ୍ଚଳରେ ମୁତୟନ ହୋଇଥିବା ପ୍ରାୟ ୨୦୦୦ ବିଏସଏଫ (BSF) ଯବାନଙ୍କୁ ଜମ୍ମୁ-କାଶ୍ମୀରରେ ମୁତୟନ କରାଯିବ । ସେଥିପାଇଁ ଭାରତୀୟ ସେନା ଏହି ନିଷ୍ପତ୍ତି ନେଇଛି । ଭାରତ ପାକ ସୀମାରେ ଅଧିକ ସୈନିକଙ୍କ ଆବଶ୍ୟକତାକୁ ଉପଲବ୍ଧି କରି ଭାରତୀୟ ସେନା ଏଭଳି କରିଥିବା କୁହାଯାଉଛି । ଲଗାତାର ଭାବରେ ପାକିସ୍ତାନ ପଟୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ହୋଇ ଚାଲୁଥିବାରୁ ଅଧିକ ଯବାନଙ୍କୁ ସେଠାରେ ମୁତୟନ କରିବାକୁ ଚାହିଁଛି ଭାରତୀୟ ସେନା ।ତେବେ ପ୍ରାରମ୍ଭିକ ଭାବରେ ଜମ୍ମୁ-କାଶ୍ମୀରର ରିଆସି, କଠୁଆ ଓ କିଷ୍ଟୱାର ଅଞ୍ଚଳରେ ଏହି ଅତିରିକ୍ତ ଯବାନଙ୍କୁ ଦେଶର ସେବା କରିବା ପାଇଁ ନିୟୋଜିତ କରାଯିବ । ଜମ୍ମୁର କୁପୱାଡାରେ ଶନିବାର ଦିନ ଜଣେ ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଭାରତୀୟ ଯବାନ ସହିଦ ହୋଇଥିଲେ । ଏହାସହ ୪ ଜଣ ଯବାନ ଗୁରୁତର ଆହତ ହୋଇଥିଲେ । ସେପଟେ ଭାରତୀୟ ଯବାନଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିଲା
Trending
- କାଳ ବୈଶାଖି ପରେ ରାଜ୍ୟରେ ଉପରମୁହାଁ ପାରଦ
- ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ନକ୍ସଲ ନିପାତ
- ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି ଆମେରିକାର ଉପରାଷ୍ଟ୍ରପତି
- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତା ଲାଗି ନୀତି
- ଆସନ୍ତାକାଲି ସମ୍ବଲପୁରରେ ହେବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର
- ଈଶାନଙ୍କ ପ୍ରେମରେ ଆଲିଆଙ୍କ ବଡ଼ ଭଉଣୀ
- ଶୁଭମନ ଗିଲଙ୍କ ଉପରେ ଲାଗିଲା ଜୋରିମାନା
- ମହାନଦୀର ଗଭୀର ଜଳ ରାଶି ଭିତରେ ଚେସ ଖେଳିଲେ ସୂର୍ଯ୍ୟବଂଶୀ ସୂରଜ
- ବିବାହ ବନ୍ଧନରେ ବାନ୍ଧି ହେଲେ କେଜ୍ରିଓ୍ବାଲଙ୍କ ଝିଅ ହର୍ଷିତା
- ପୁରୀ ଚନ୍ଦନା ଯାତ୍ରାରେ ବାଣରେ ଲାଗିଲା ରୋକ
Prev Post