ଓଡିଆ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
ମେଟ୍ରୋ ଟିଭି ଓଡିଶା,୨୦/୧ : ଓଡିଆ ଫିଲ୍ମ ଜଗତରେ ପୁଣି ଶୋକର ଛାୟା ଖେଳିଯାଇଛି । ବରିଷ୍ଠ ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ହୃଦଘାତରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ହୋଇଥିଲା । ଓଡ଼ିଆ ସିନେମା କ୍ରାନ୍ତିଧାରା ଓ ଟେଲିଫିଲ୍ମ ପ୍ରାୟଶ୍ଚିତରେ ସେ ଉଚ୍ଚକୋଟୀର ଅଭିନୟ କରିଥିଲେ। ଏହା ବ୍ୟତୀତ ଅନେକ ଓଡ଼ିଆ ସିନେମା ଓ ଧାରାବାହିକରେ ସେ ଅଭିନୟ କରି ନିଜର ଏକ ସ୍ବତନ୍ତ୍ର ଛାପ ଛାଡିଯାଇଛନ୍ତି ।