ସରିଛ ଲୋକ ସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକିମ୍ ଓ ଅରୁଣାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ସରିଛି। ତେବେ ଏହାରି ଭିତରେ ଏକଜିଟ ପୋଲ ବା ବୁଥ୍ ବାହୁଡା ମତ ପ୍ରକାଶ ପାଇଛି। ଓଡ଼ିଶାକୁ ନେଇ ବିଭିନ୍ନ ଏଜେନ୍ସି ଭିନ୍ନ ଭିନ୍ନ ଆକଳନ କରିଥିବାବେଳେ ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଚମକେଇ ଦେବା ଭଳି ସର୍ଭେ ପ୍ରକାଶ କରିଛି।ଇଣ୍ଡିଆ ଟୁଡେ-ଆକ୍ସିସ ମାଇଁ ଇଣ୍ଡିଆ ଅନୁଯାୟୀ, ଭାଜପାକୁ ୧୮ରୁ ୨୦ ମିଳୁଥିବାବେଳେ ବିଜେଡିକୁ ୦-୨ ଓ କଂଗ୍ରେସକୁ ୦-୧ ଆସନ ମିଳିପାରେ ବୋଲି ଆକଳନ କରାଯାଉଛି। ଯାହା ସମସ୍ତଙ୍କୁ ତାଜୁବ କରି ଦେଇଛି।କେବଳ ଏତିକି ନୁହେଁ ଅନ୍ୟ ଏଜେନ୍ସିମାନଙ୍କର ସର୍ଭେନୁସାରେ ମଧ୍ୟ ଭାଜପା ଲୋକ ସଭାରେ ଓଡ଼ିଶାରେ କ୍ଲିନ ସ୍ବିପ କରୁଛି। ଇଣ୍ଡିଆ ଟିଭି ଏକଜିଟ ପୋଲ ଅନୁସାରେ, ଭାଜପା ୧୫-୧୭ ଆସନରେ ବିଜୟୀ ହେଉଥିବାବେଳେ ବିଜେଡି ୪-୬ ସୀମିତ ରହିଛି। ଯେତେବେଳେ କି କଂଗ୍ରେସକୁ ଗୋଟିଏ ଆସନ ମିଳିପାରେ ବୋଲି କୁହାଯାଉଛି। ସେହିପରି ଇଣ୍ଡିଆ ନ୍ୟୁଜ ଡି-ଡାଇନାମିକ୍ସ ଆକଳନ ଅନୁଯାୟୀ, ଓଡ଼ିଶାରେ ଭାଜପାକୁ ୧୩ ଲୋକ ସଭା ଆସନ ମିଳୁଥିବାବେଳେ ବିଜୁ ଜନତା ଦଳକୁ ୮ ଆସନ ମିଳିଛି।ଜନ କି ବାତ ଆକଳନ ଅନୁଯାୟୀ, ଭାଜପା ୧୫ରୁ ୧୮ ଓ ବିଜେଡିକୁ ୩ରୁ ୭ ଆସନ ମିଳିପାରେ ବୋଲି କୁହାଯାଉଛି। ନ୍ୟୁଜ ୨୪ର ଚାଣକ୍ୟ ଏଜେନ୍ସି ଆକଳନ ଅନୁଯାୟୀ, ଭାଜପାକୁ ୧୬ ଆସନ ମିଳୁଥିବାବେଳେ ବିଜେଡିକୁ ୪ ଓ କଂଗ୍ରେସକୁ ୧ ମିଳିପାରେ ବୋଲି ଆକଳନ କରାଯାଉଛି। ରିପବ୍ଲିକ ମାର୍ଟିଜ ଅନୁସାରେ, ଭାଜପା ୯-୧୨ ଆସନ ଓ ବିଜେଡି ୭-୧୦ ଆସନ ମିଳୁଥିବାବେଳେ କଂଗ୍ରେସକୁ ୧ ଆସନ ମିଳିପାରେ ବୋଲି ଆକଳନ କରିଛି। ଏବିପିର ସି ଭୋଟର ଅନୁଯାୟୀ, ଭାଜପାକୁ ୧୭-୧୯ ଆସନ ମିଳୁଥିବାବେଳେ ବିଜେଡିକୁ ୧-୩ ମିଳିପାରେ ବୋଲି ଆକଳନ କରିଛି।କହିରଖୁଛୁ ଯେ, ୨୦୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏନଡିଏ ନେତୃତ୍ୱାଧୀନ ବିଜେଡି ୨୧ରୁ ୨୦ ଆସନ ପାଇଥିଲା। ଯେଉଁଥିରେ ବିଜେଡି ସମର୍ଥନରେ ମୋଦି କେନ୍ଦ୍ରରେ ସରକାର ଗଢିଥିଲେ।
Trending
- ଆଜି କାର୍ଗିଲ ବିଜୟ ଦିବସ
- ୧୦ ସରପଞ୍ଚ ବିଜେପିରେ ମିଶିଲେ
- ମୋହନଙ୍କ ମନ୍ତ୍ରିମଣ୍ଡଳ ସଂପ୍ରସାରଣ: କିଏ ପାଇବେ ସ୍ଥାନ?
- ମାଳଦୀପରେ ମୋଦୀ , ୨୧ ତୋପ ସଲାମି ସହ ସ୍ୱାଗତ କଲେ ରାଷ୍ଟ୍ରପତି
- ସରକାର ଥିବା ସମୟରେ ଜାତିଗତ ଜନଗଣନା ନକରିବା ଭୁଲ ଥିଲା – ରାହୁଲ ଗାନ୍ଧୀ
- ଓଡ଼ିଶା ହେବ ଟେକ୍ସଟାଇଲ ହବ୍,୬ ଟି ଟେକ୍ସଟାଇଲ ପାର୍କର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
- ଧସିଲା କୋଇଲା ଖଣି , ଚାପି ହେଲେ ୧୨ ଜଣ ଶ୍ରମିକ
- ବିଜେଡି ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେବ କି ?
- ଆଜି ମହାପ୍ରଭୁଙ୍କୁ ଚିତାଲାଗି
- ରାଜ୍ୟରେ ୨୩ ଜିଲ୍ଲାରେ ୫୬ଟି ନୂଆ କୋର୍ଟକୁ ଅନୁମୋଦନ ମିଳିଛି
Prev Post
Next Post