ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି

ଭାବେ ଶପଥ ନେବେ ଜଷ୍ଟିସ ଚକ୍ରଧାରୀ

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଆଜି ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଶପଥ ନେବେ | ହାଇକୋର୍ଟ ପ୍ରୋଟୋକଲ ପକ୍ଷରୁ ଶପଥ ଗ୍ରହଣ ସମୟ ଦିନ ୧୦ଟା ଧାର୍ଯ୍ୟ କରାଯାଇଛି | ଏହି ଶପଥ ଗ୍ରହଣ ଉତ୍ସବରେ ରାଜ୍ୟ ମୁଖ୍ୟ ଶାସନ ସଚିବ, ରାଜ୍ୟପାଳ, ପୁଲିସ ଡ଼ିଜିଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି | ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ପୂର୍ବରୁ ପାଟନା ହାଇକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଥିଲେ |