ଏକାମ୍ରକ୍ଷେତ୍ର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ
ଭୁବନେଶ୍ୱର: ଏକାମ୍ର ପ୍ରକଳ୍ପ ପାଇଁ ଧୁମଧାମରେ ଚାଲିଛି ଭୂମିପୂଜନ। ଅଗ୍ନି ସ୍ଥାପନ ସହ ଚାଲିଛି ଯଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଯଜ୍ଞରେ ଯୋଗଦେଇ ଶିଳାନ୍ୟାସ କରିବେ। ତା ପୂର୍ବରୁ ଗତକାଲି ସଂଧ୍ୟାରେ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି 5T ସଚିବ ଭିକେ ପାଣ୍ଡିଆନ୍।
ଏକାମ୍ର ପ୍ରକଳ୍ପର ପବିତ୍ର ଭୂମିପୂଜନ ଉତ୍ସବ ଆସନ୍ତା ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅବସରରେ ଭଜନ ସମାରୋହ ଆୟୋଜନ କରାଯାଇଛି। ଏହି ଭବ୍ୟ ଉତ୍ସବରେ ଦେଶ ତଥା ରାଜ୍ୟର ଲୋକପ୍ରିୟ କଳାକାରମାନେ ଯୋଗଦେବାକୁ ଯାଉଛନ୍ତି। #Ekamra pic.twitter.com/5MHeTcVhuc
— CMO Odisha (@CMO_Odisha) June 27, 2023