ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ। କାରଖାନାର ଉତ୍ପାଦନ କ୍ଷମତା କେତେ ରହିବ ଏବଂ ସେଥିରେ କେତେ କୋଟି ଟଙ୍କା ନିବେଶ ହେବ ତାହା କମ୍ପାନି ହିସାବ କରୁଛି। ଆସନ୍ତା କିଛି ମାସ ଭିତରେ ସେହି ପ୍ରକ୍ରିୟା ଶେଷ ହେବ। କୁହାଯାଉଛି ଯେ ଏହି କାରଖାନାର ଉତ୍ପାଦନ କ୍ଷମତା ୦.୫ ନିୟୁତ ଟନ୍ ହୋଇପାରେ। ଏହି ପ୍ରକଳ୍ପ ଲାଗି କମ୍ପାନି ନିଜସ୍ବ ଉତ୍ସରୁ ପାଣ୍ଠି ସଂଗ୍ରହ କରିବ। ଅତୀତରେ ଏହି କମ୍ପାନି ଋଣ ନେଇ ଝାଡ଼ଖଣ୍ଡର ବୋକାରୋରେ ଏକ ଇସ୍ପାତ କାରଖାନା ସ୍ଥାପନ କରିଥିଲା। କିନ୍ତୁ ସେଥିରେ କମ୍ପାନି ଅସୁବିଧା ସାମ୍ନା କରିବା ସହ ତାହା ଦେବାଳିଆ ହୋଇଯାଇଥିଲା।
Trending
- ଭୟଙ୍କର ଅଗ୍ନିକାଣ୍ଡ, ଜଳିଗଲେ ମା ଓ ଦୁଇ ଝିଅ
- ନଗଣନା ପାଇଁ ବିଳମ୍ବ ହେବ ପଞ୍ଚାୟତ ଓ ପୌର ନିର୍ବାଚନ – ରାଜ୍ୟ ନିର୍ବାଚନ କମିଶନ ସଚିବ ସନ୍ତୋଷ ଦାସ
- ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି, ଜନ୍ତରମନ୍ତରରେ ପୁଲିସ-ସିଜେପି ବିକ୍ଷୋଭକାରୀ ମୁହାଁମୁହିଁ
- ଏଣିକି ରାଜ୍ୟରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ୍ ଲାଇନ୍ ବିଛାଯିବ
- ସଂଶୋଧିତ ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟରେ କାର୍ଯ୍ୟକାରୀ କରିବାକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
- ପୋଲିସ ମୁଖ୍ୟାଳୟରେ ଜୀବନ ହାରିଲେ ଡିଜିପି,ନିଜ ସର୍ଭିସ ପିସ୍ତଲରେ ନିଜକୁ କଲେ ଗୁଳି
- ଆଜି ଶ୍ରାବଣ ମାସର ପ୍ରଥମ ସୋମବାର,ମହାଦେବଙ୍କୁ ଜଳାଭିଷେକ କରିବା ପାଇଁ ସକାଳୁ ସକାଳୁ ରାଜ୍ୟର ପ୍ରମୁଖ ଶୈବ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼
- ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ
- ମହାପ୍ରଭୁଙ୍କ ଦୁର୍ଲଭ ଆଡ଼ପ ଦର୍ଶନ କରୁଛନ୍ତି ଭକ୍ତ, ପ୍ରବଳ ଖରା ଓ ଗୁଳୁଗୁଳି ଯୋଗୁଁ ମହିଳା ଶ୍ରଦ୍ଧାଳୁ ଅସୁସ୍ଥ
- ରାଜ୍ୟରେ କୌଣସି ନଦୀରେ ନାହିଁ ବନ୍ୟା ସ୍ଥିତି,ମୁଣ୍ଡଳୀରେ ଅଢେଇ ଲକ୍ଷ କ୍ୟୁସେକ୍ ପାଣି ଆସିବ , ଯାହା ବିପଦ ନୁହେଁ – ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ
Prev Post
Next Post