ଦେଶର ଅଗ୍ରଣୀ ଡିଆଇ ପାଇପ୍ ନିର୍ମାତା ଇଲେକ୍ଟ୍ରୋଷ୍ଟିଲ୍ କାଷ୍ଟିଂସ୍ ଓଡ଼ିଶାରେ ଏକ ନୂଆ କାରଖାନା ସ୍ଥାପନ କରିବ। କମ୍ପାନି ସେଥିରେ ଡିଆଇ ପାଇପ୍ ଓ ଫିଟିଙ୍ଗ୍ସ ଉତ୍ପାଦନ କରିବ। କମ୍ପାନିର ବୋର୍ଡ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଓଡ଼ିଶାରେ କାରଖାନା ସ୍ଥାପନ କରିବା ଲାଗି କମ୍ପାନି ୫୦୦ ଏକର ଜମି ଅଧିଗ୍ରହଣ କରିବ। କାରଖାନାର ଉତ୍ପାଦନ କ୍ଷମତା କେତେ ରହିବ ଏବଂ ସେଥିରେ କେତେ କୋଟି ଟଙ୍କା ନିବେଶ ହେବ ତାହା କମ୍ପାନି ହିସାବ କରୁଛି। ଆସନ୍ତା କିଛି ମାସ ଭିତରେ ସେହି ପ୍ରକ୍ରିୟା ଶେଷ ହେବ। କୁହାଯାଉଛି ଯେ ଏହି କାରଖାନାର ଉତ୍ପାଦନ କ୍ଷମତା ୦.୫ ନିୟୁତ ଟନ୍ ହୋଇପାରେ। ଏହି ପ୍ରକଳ୍ପ ଲାଗି କମ୍ପାନି ନିଜସ୍ବ ଉତ୍ସରୁ ପାଣ୍ଠି ସଂଗ୍ରହ କରିବ। ଅତୀତରେ ଏହି କମ୍ପାନି ଋଣ ନେଇ ଝାଡ଼ଖଣ୍ଡର ବୋକାରୋରେ ଏକ ଇସ୍ପାତ କାରଖାନା ସ୍ଥାପନ କରିଥିଲା। କିନ୍ତୁ ସେଥିରେ କମ୍ପାନି ଅସୁବିଧା ସାମ୍ନା କରିବା ସହ ତାହା ଦେବାଳିଆ ହୋଇଯାଇଥିଲା।
Trending
- ଆୟକର ଫାଙ୍କି ନେଇ ଉତ୍କଳ ବିଲ୍ଡର୍ସରେ ଚଢ଼ଉ
- ଆଜି କାର୍ତ୍ତିକପୂର୍ଣ୍ଣିମାରୁ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
- ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା, ରାଜ୍ୟର ବିଭିନ୍ନ ସ୍ଥାନରେ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ
- ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ
- ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ପବିତ୍ର ଚତୁର୍ଦ୍ଦଶୀ ତିଥି,ଶ୍ରୀମନ୍ଦିରରେ ‘ଲକ୍ଷ୍ମୀ ନୃସିଂହ’ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
- ନୀତିଶଙ୍କ ବିକାଶ ବନାମ ଲାଲୁଙ୍କ ଜଙ୍ଗଲରାଜ
- ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ
- ଆଜିଠାରୁ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ
- ଇଣ୍ଡିଆ ମେଣ୍ଟର ତିନି ମାଙ୍କଡ – ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ
- ବିଜେପି ଆଗରୁ ଭୋଟ୍ ଚୋରି କରି ସରକାର କରିଥିଲେ, ଆଉ ଏବେ ପ୍ରାର୍ଥୀ ଚୋରି – ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
Prev Post
Next Post