ଓଡ଼ିଶାରେ ଇ-ପ୍ରଶାସନ ଓ ଇ-ସେବା ପ୍ରଦାନ କ୍ଷେତ୍ରରେ ଶତପ୍ରତିଶତ ସଫଳତା ମିଳିଛି ।ଚିହ୍ନଟ ଏକକ ସମନ୍ୱିତ ସେବା ପ୍ରଦାନ ପୋର୍ଟାଲ୍ ଓଡ଼ିଶା ୱାନ୍ ଜରିଆରେ ଓଡ଼ିଶା ଶତପ୍ରତିଶତ ସେବା ପ୍ରଦାନ କରିଛି । ୯ ଅକ୍ଟୋବର ୨୦୨୩ ‘‘ନେସନାଲ ଇ-ଗଭର୍ଣ୍ଣାନ୍ସ ସର୍ଭିସ ଡେଲିଭରୀ ଆସେସମେଣ୍ଟ (ଏନଇଏସଡିଏ)ର ଭବିଷ୍ୟତ ଯୋଜନା’’- ଦେଶରେ ଇ-ଗଭର୍ଣ୍ଣାନ୍ସକୁ ପ୍ରୋତ୍ସାହିତ କରିବା ଏବଂ ଇ-ସେବା ଯୋଗାଣରେ ଉନ୍ନତି ଆଣିବା ଉଦ୍ଦେଶ୍ୟରେ ବିଭିନ୍ନ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ସେବା ଅଧିକାର କମିସନରଙ୍କ ସହ ପ୍ରଶାସନିକ ସଂସ୍କାର ଓ ଲୋକ ଅଭିଯୋଗ ବିଭାଗ (ଡିଏଆରପିଜି) ଦ୍ୱିତୀୟ ବୈଠକରେ ହୋଇଥିବା ଆଲୋଚନାରେ ଏ ସମ୍ପର୍କରେ ତଥ୍ୟ ମିଳିପାରିଛି।ଏହି ରିପୋର୍ଟରେ ଏନଇଏସଡିଏ ଭବିଷ୍ୟତ ଯୋଜନା ଡ୍ୟାସବୋର୍ଡରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ପ୍ରଦାନ କରାଯାଉଥିବା ଇ-ସେବା ସଂଖ୍ୟା ଏବଂ ବାଧ୍ୟତାମୂଳକ ଇ-ସେବାର ଆଧାର ଧାର୍ଯ୍ୟ କରାଯାଇଛି। ଏହା ସାକ୍ଷାତମୁକ୍ତ ବା ଫେସଲେସ୍, ସ୍ୱତଃ ସେବା ପ୍ରଦାନ ଏବଂ ସମନ୍ୱିତ ସେବା ଯୋଗାଣ ପୋର୍ଟାଲର ସ୍ଥିତି ଉପରେ ମଧ୍ୟ ଆଲୋକପାତ କରିଥାଏ। କେବଳ ସେତିକି ନୁହେଁ, ଏହି ରିପୋର୍ଟରେ କ୍ଷେତ୍ରଭିତ୍ତିକ ଇ-ସେବାର ଆକଳନ ଓ ତୁଳନା କରାଯିବା ସହ ଅଫଲାଇନ୍ ସେବାକୁ ଅନଲାଇନ୍ ପ୍ଲାଟଫର୍ମକୁ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ନିର୍ଦ୍ଦିଷ୍ଟ ସୁଯୋଗ ଉପରେ ଆଲୋକପାତ କରାଯାଇଛି। ବର୍ତ୍ତମାନ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କ ଦ୍ୱାରା ମୋଟ୍ ୧୪,୭୩୬ ଇସେବା ଯୋଗାଇ ଦିଆଯାଉଛି । ୨୦୧୬ଟି ବାଧ୍ୟତାମୂଳକ ଇ-ସେବା ମଧ୍ୟରୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ୧୫୦୫ଟି ଇ-ସେବା ଯୋଗାଇ ଦେଇ ୭୪.୫% ଲକ୍ଷ୍ୟ ହାସଲ କରିଛନ୍ତି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଦ୍ୱାରା ୧୪ ହଜାର ୭୩୬ଟି ଇସେବା ଯୋଗାଇ ଦିଆଯାଉଥିବା ବେଳେ ଜମ୍ମୁ ଓ କଶ୍ମୀରରେ ସବୁଠୁ ଅଧିକ ୧୦୨୮ଟି ଇ-ସେବା ପ୍ରଦାନ କରାଯାଉଛି । ଓଡ଼ିଶା ବ୍ୟତୀତ କେରଳ (ଇ-ଉନ୍ନତ) ଓ ଜମ୍ମୁକାଶ୍ମୀର (ଇ-ସେବାନାମ) ଶତପ୍ରତିଶତ ଇ-ସେବା ଯୋଗାଇବାରେ ସଫଳ ହୋଇଛନ୍ତି।
Trending
- ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଭୁଶୁଡିଲା ୮୦ଫୁଟର ତୋରଣ
- ରାଜ୍ୟରେ ସମ୍ଭାବ୍ୟ ବନ୍ୟା ସ୍ଥିତି ନେଇ ସତର୍କ କରିଛି କେନ୍ଦ୍ରୀୟ ଜଳ ଆୟୋଗ
- ନାବାଳିକା ଛାତ୍ରୀଙ୍କ ଯୌନ ଶୋଷଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆଶାରାମଙ୍କ ପାରୋଲ ଅବଧି ଶେଷ
- ନଭେମ୍ବର 18 ରୁ ଆରମ୍ଭ ବିଧାନସଭାର 17 ତମ ଅଧିବେଶନ
- ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର,୩% ବଢ଼ିଲା ମହଙ୍ଗା ଭତ୍ତା
- ଉପକୂଳ ଅତିକ୍ରମ କଲା ଭୀଷଣ ବାତ୍ୟା ‘ଅର୍ଣ୍ଣବ’, ସ୍ଥଳଭାଗ ଛୁଇଁବା ପ୍ରକ୍ରିୟା ଶେଷ
- ୧୦୦ ପ୍ରତିଶତ ଇଥାନଲ ଯୁକ୍ତ ଇନ୍ଧନ ତଥା ଇ-୧୦୦କୁ କେନ୍ଦ୍ରର ମଞ୍ଜୁରୀ
- ୩ ଅଭିଯୁକ୍ତକୁ ଦେହରୁ ସାର୍ଟ ଖୋଲି ରାଜରାସ୍ତାରେ, ସମସ୍ତଙ୍କ ଆଗରେ ବୁଲାଇ ଗିରଫ କଲା ପୋଲିସ
- ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗୁଜରାଟର ଏକତା ନଗରକୁ ଏକ ସ୍ୱତନ୍ତ୍ର ଟ୍ରେନ୍ ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
- ଧାର୍ଯ୍ୟ ସମୟର ୩ରୁ ୪ ଘଣ୍ଟା ପୂର୍ବରୁ ହେବ ବାତ୍ୟା ଅର୍ଣ୍ଣବର ଲ୍ୟାଣ୍ଡଫଲ,ରାତି ୨ ରୁ ଭୋର ୪ ଭିତରେ ହେବ ଲ୍ୟାଣ୍ଡଫଲ
Prev Post
Next Post