ଆସନ୍ତାକାଲି ଆରମ୍ଭ ହେବ ବାଲିଯାତ୍ରା

ବଲିଉଡ ଏବଂ ଓଲିଉଡ ନାଇଟରେ ଝୁମିବେ ଦର୍ଶକ

ଆରମ୍ଭ ହେବ ଭୁବନେଶ୍ବର ବାଲି ଯାତ୍ରା ମହୋତ୍ସବ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆରମ୍ଭ ହୋଇ ୫ ତାରିଖରେ ସରିବ ବାଲିଯାତ୍ରା। ହଜିଥିବା ପରମ୍ପରାକୁ ଆଗକୁ ଆଣିବ ବାଲିଯାତ୍ରା କମିଟି। ବଲିଉଡ ଓ ଓଲିଉଡ ନାଇଟରେ  ଝୁମିବେ ରାଜଧାନୀବାସୀ।ବାଲିଯାତ୍ରାକୁ ନେଇ ଭୁବନେଶ୍ୱର ସର୍କିଟ ହାଉସରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସମେତ କମିଟିର ସଦସ୍ୟ ଓ ବିଭିନ୍ନ ବିଭାଗରର ଅଧିକାରୀମାନେ ଉପସ୍ଥିତି ଥିଲେ। ଆଲୋଚନାରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା, ପାନୀୟ ଜଳକୁ ଗୁରୁତ୍ବ ଦିଆଯାଇଛି।