ଶ୍ରୀକ୍ଷେତ୍ର ହୋଇଛି ଉତ୍ସବମୁଖର ଓ ଶ୍ରୀଜଗନ୍ନାଥ ମନସ୍କ ହୋଇଛନ୍ତି ଭକ୍ତ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଏହି ଭବ୍ୟ ଆୟୋଜନକୁ ଚର୍ମଚକ୍ଷୁରେ ଦେଖିବା ପାଇଁ ଆରମ୍ଭ ହୋଇଛି ଭକ୍ତଙ୍କ ଭିଡ଼। ଲୋକାର୍ପଣ ପୂର୍ବରୁ ମହାପ୍ରଭୁଙ୍କ ଦର୍ଶନ ସହ ପରିକ୍ରମା ପ୍ରକଳ୍ପକୁ ପ୍ରଦକ୍ଷିଣ କରି ଅନୁଭବ କରୁଛନ୍ତି ଭବ୍ୟ ଆନନ୍ଦ। ଆଜି ବି ଏଥିପାଇଁ ଶ୍ରୀକ୍ଷେତ୍ରରେ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି। ଶ୍ରୀମନ୍ଦିର ଚୌହଦୀ ସହ ବଡ଼ଦାଣ୍ଡ ଓ ଶ୍ରୀକ୍ଷେତ୍ର ଲୋକାରଣ୍ୟ ହୋଇଛି। ଆଜି ସକାଳ ସାଢ଼େ ୭ଟାରୁ ଆରମ୍ଭ ହୋଇଥିଲା ମହାଯଜ୍ଞ ପର୍ବ। ପ୍ରଥମେ ଅଖଣ୍ଡ ଦୀପ ସ୍ଥାପନ ପରେ ପଞ୍ଚକର୍ମ ସହ ମହାଯଜ୍ଞ ପାଇଁ ଷୋହଳ ଶାସନର ୪୮ଜଣ ଆଚାର୍ଯ୍ୟଙ୍କୁ ବରଣ ବିଧି ସଂପନ୍ନ ହୋଇଥିଲା। ଅପରାହ୍ଣ ପ୍ରାୟ ୩ଟାରେ ଅଗ୍ନିସଂସ୍କାର ବିଧି ସଂପନ୍ନ ହୋଇଥିଲା। ଯଜ୍ଞବେଦିରେ ମୁଖ୍ୟ ଯଜ୍ଞକୁଣ୍ଡ ସହ ଯଜ୍ଞବେଦିର ଚାରିଦିଗରେ ଚାରିଟି ଯଜ୍ଞକୁଣ୍ଡ ନିର୍ମିତ ହୋଇଥିଲା। ଗଜପତି ମହାରାଜାଙ୍କ ଦ୍ବାରା ବରଣ ହୋଇଥିବା ବ୍ରାହ୍ମଣମାନେ ରୋଷଶାଳାରୁ ଅଗ୍ନି ଆଣି
ମୁଖ୍ୟ ଯଜ୍ଞକୁଣ୍ଡ ସହ ଅନ୍ୟ ଯଜ୍ଞକୁଣ୍ଡରେ ଅଗ୍ନି ସଂଯୋଗ କରିଥିଲେ। ପରେ ଘୃତାହୁତି, ଆରତି, ପୁଷ୍ପାଞ୍ଜଳି, ପ୍ରଦକ୍ଷିଣ ବିଧି ଅନୁଷ୍ଠିତ ହୋଇଥିଲା।ଏହି ସମୟରେ ଚାରିଦ୍ବାରରେ ବେଦପାଠୀଙ୍କ ବେଦପାଠ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି କରିଥିଲା। ପ୍ରଦକ୍ଷିଣ ବେଳେ ନାମ ସଂକୀର୍ତ୍ତନ ଦଳ ବରଣୀୟ ବ୍ରାହ୍ମଣମାନଙ୍କୁ ପାଛୋଟି ନେଇଥିଲେ। ଦିନତମାମ ଆଜି ଶ୍ରୀମନ୍ଦିର ଚାରିପାଖରେ ବେଦପାଠ ସହ ନାମ ସଂକୀର୍ତ୍ତନ ଭକ୍ତିପୂତ ପରିବେଶ ସୃଷ୍ଟି କରିଥିଲା।
Trending
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି
- ରାଜଧାନୀରେ ଭୁଶୁଡ଼ିଲା 4 ମହାଲା କୋଠା ,ଅନେକ ଲୋକ ଫସି ରହିଥିବା ଆଶଙ୍କା
- କାର୍ଯ୍ୟରତ ସାମ୍ବାଦିକଙ୍କ ଅକାଳ ମୃତ୍ୟୁ ଘଟିଲେ, ସେମାନଙ୍କ ପରିବାରକୁ ମିଳିବ ଆର୍ଥିକ ସହାୟତା
- ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଜୟନ୍ତୀ ପାଳିତ
- ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ, ଚଳିତ ମାସ ୧୫ ତାରିଖ ସକାଳ ୯ଟା ୪୦ରୁ ୯ଟା ୫୪ ମଧ୍ୟରେ ଲଗ୍ନ ସ୍ଥିର
Prev Post
Next Post