ଗତକାଲି ଠାରୁ ଆରମ୍ଭ ହୋଇଛି। ପ୍ରକୃତି କୋଳରେ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ପର୍ଯ୍ୟଟକ । ତା ସହ ଜଳ କ୍ରୀଡ଼ାର ନେବେ ମଜା । ସମୁଦ୍ର ବେଳା ବିସ୍ତୀର୍ଣ୍ଣ ବାଲୁକାରେ ଅତ୍ୟାଧୁନିକ କ୍ୟାମ୍ପ ସହ ମିଳିବ ଷ୍ଟାର୍ ହୋଟେଲର ସୁବିଧା । ଏଥର ତିନି ମାସ ଧରି ୭ ଟି ଜାଗାରେ ହେବ ଇକୋ ରିଟ୍ରିଟ୍ । କୋରାପୁଟ, କୋଣାର୍କ, ସାତକୋଶିଆ, ଭିତରକନିକା, ଦାରିଙ୍ଗବାଡ଼ି, ହୀରାକୁଦ ଓ ପାଟୀ ସୋନାପୁର ବେଳାଭୂମିରେ ପର୍ଯ୍ୟଟକ ନିଆରା ଅନୁଭୂତି ସାଉଁଟିବେ ।ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ଯ୍ୟକଳାପର ମଜା ନେଇପାରିବେ ପର୍ଯ୍ୟଟକ। ଏହାସହ ଦେଶବିଦେଶର ପର୍ଯ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍ ଟେରେନ୍ ଭେଇକିଲ୍(ଏଟିଭି)ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍ ସୁଟିଂ, ଆର୍ଚେରୀ, ବିଚ୍ ଭଲିବଲ, ଜେଟ୍ସ୍କି, ବାନାନା ରାଇଡ୍, ସ୍ପିଡ୍ ବୋଟ୍, ପାରାସେଲିଂ, ଇ-ବାଇସାଇକଲ୍ ଆଦିର ଭରପୂର ମଜା ନେବାର ସୁଯୋଗ ବି ମିଳିବ। କେବଳ ସେତିକି ନୁହେଁ, ଗାଇଡେଡ୍ ଟୁର୍ ସହ ଫରେଷ୍ଟ ଓ ନେଚର ଟ୍ରେଲ୍, ଭିଲେଜ୍ ୱାକ୍, ବାଲୁକା କଳା କର୍ମଶାଳା, ସମୁଦ୍ର ଓ ନଦୀଶଯ୍ୟାରେ ଯୋଗ ଏବଂ ଜୁମ୍ୱା କର୍ମଶାଳାକୁ ବି ଉପଭୋଗ କରିପାରିବେ ପର୍ଯ୍ୟଟକ। ରାଜ୍ୟ ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ଯ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି ।
Trending
- ମହାରାଷ୍ଟ୍ର ପୌର ନିର୍ବାଚନରେ ଭାଜପାର ବିପୁଳ ବିଜୟ
- ଅରବିନ୍ଦ ମହାପାତ୍ର ଏବଂ ସନାତନ ମହାକୁଡ଼ଙ୍କୁ ସସପେଣ୍ଡ ପରେ ବିଜେଡିରୁ ଯାଜପୁର ଜିଲା ପରିଷଦ ଅଧ୍ୟକ୍ଷାଙ୍କୁ ନିଲମ୍ବନ
- ନିପା ଭାଇରସ୍ର ମୁକାବିଳା ପାଇଁ ରାଜ୍ୟରେ ଟେକ୍ନିକାଲ ଟିମ୍ ଗଠନ
- ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ମସ୍ତ ସ୍କୁଲ ଓ କଲେଜ ବନ୍ଦ ସମେତ ୨୪ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ
- ବିଜେଡ଼ିରୁ ସସପେଣ୍ଡ ହେଲେ ଚମ୍ପୁଆ ବିଧାୟକ ସନା ମହାକୁଡ଼ ଓ ପାଟକୁର ବିଧାୟକ ଅରବିନ୍ଦ ମହାପାତ୍ର
- ମମତା ବାନାର୍ଜୀଙ୍କୁ ଝଟକା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀଙ୍କ ବିରୁଦ୍ଧରେ ରୁଜୁ ହୋଇଥିବା FIR ରେ ରୋକ ଲଗାଇଲେ ସୁପ୍ରିମକୋର୍ଟ
- କୃଷିଭିତ୍ତିକ ପର୍ବ ପୋଙ୍ଗଲ ପାଳିଲେ ପ୍ରଧାନମନ୍ତ୍ରୀ
- ଆଜି ପବିତ୍ର ମକର ସଂକ୍ରାନ୍ତି, ମକରଚୌରାସୀ ବେଶରେ ଅଗଣିତ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ
- ଆଜି ମକର ସଂକ୍ରାନ୍ତି , ବନ୍ଦ ରହିଛି ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି
- ଆସନ୍ତା ୧୮ ତାରିଖ ଭିତରେ ମିଳିବ ସୁଭଦ୍ରା ଟଙ୍କା
Prev Post
Next Post