ଆଡ଼ପ ମଣ୍ଡପକୁ ବିଜେ କଲେ ମହାପ୍ରଭୁ
ପୁରୀ: ରଥଯାତ୍ରାର ଆଜି ତୃତୀୟ ଦିନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆଡ଼ପ ମଣ୍ଡପକୁ ବିଜେ କରିଛନ୍ତି ତିନି ଠାକୁର । ଘଣ୍ଟ, ଘଣ୍ଡା ଧ୍ବନୀରେ ପ୍ରକମ୍ପିତ ହୋଇଥିଲା ଶରଧାବାଲି । ଏହାପରେ ଟାହିଆ ଲଗାଇ ଶ୍ରୀଗୁଣ୍ଡିଚା ବିଜେ କରିଥିଲେ ବଡ଼ଭାଇ ବଳଭଦ୍ର । ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଜନ୍ମବେଦୀକୁ ବିଜେ କରିଥିଲେ । ପରମ୍ପରା ଅନୁସାରେ ସନ୍ଧ୍ୟା ଧୂପ ପରେ ରଥରୁ ଘୋଡା ଖୋଲାଯାଇ ଚାରମାଳ ବନ୍ଧାଯାଇଥିଲା । ଏହାପରେ ପୁଷ୍ପାଞ୍ଜଳି ବନ୍ଦାପନା ଅନୁଷ୍ଠିତ ହୋଇ ଆରମ୍ଭ ହୋଇଥିଲା ପହଣ୍ଡି ନୀତି । ପ୍ରଥମେ ଚଳନ୍ତି ପ୍ରତିମା ମଦନମୋହନ, ରାମ କୃଷ୍ଣ ଶ୍ରୀଗୁଣ୍ଡିଚାକୁ ବିଜେ କରିବା ପରେ ଗୋଟି ପହଣ୍ଡିରେ ଯାଇଥିଲେ ଚକ୍ରରାଜ ସୁଦର୍ଶନ । ଆସନ୍ତାକାଲି ସକାଳୁ ଆଡ଼ପ ମଣ୍ଡପରେ ମହାପ୍ରଭୁ ଦର୍ଶନ ଦେବାପରେ ସଂଧ୍ୟାରେ ହେବ ବନକଲାଗି ନୀତି । ଏଥିପାଇଁ ସଂଧ୍ୟାରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।
ସମ୍ପନ୍ନ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ଆଡପ ବିଜେ ପହଣ୍ଡି ନୀତି। ଆଡପ ମଣ୍ଡପରେ ଭକ୍ତଜନଙ୍କୁ ଦୁର୍ଲଭ ଦର୍ଶନ ଦେବେ ଜଗତକର୍ତ୍ତା। #ରଥଯାତ୍ରା୨୦୨୩ pic.twitter.com/EITmVR7y38
— I & PR Department, Odisha (@IPR_Odisha) June 22, 2023
ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ ।
Pahandi Bije of Badathakura Shree Balabhadra.#JayJagannatha#Rathayatra2023 pic.twitter.com/WArZX1NzQk
— Shree Jagannatha Temple, Puri (@JagannathaDhaam) June 22, 2023
ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ।
Pahandi Bije of Shree Sudarshan.#JayJagannatha#Rathayatra2023 pic.twitter.com/1WYseyYyqw
— Shree Jagannatha Temple, Puri (@JagannathaDhaam) June 22, 2023
ରାମ କୃଷ୍ଣ ଓ ମଦନମୋହନଙ୍କ ପହଣ୍ଡି ବିଜେ ।
Pahandi Bije of Rama Krushna and Madanmohana.#JayJagannatha#RathaYatra2023 pic.twitter.com/URTdKzNYgj
— Shree Jagannatha Temple, Puri (@JagannathaDhaam) June 22, 2023