ଆଜି ଶେଷ ରଜ : ଗାଁଠୁ ସହର ସବୁଠି ଚାଲିଛି ମଉଜ
ରଜ ପାଇଁ ଉତ୍ସଵ ମୁଖର ଓଡିଶା । ଆଜି ହେଉଛି ଶେଷ ରଜ । ତିନିଦିନ ଧରି ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ତୃତୀୟ ଦିନ । ଚଳଚଞ୍ଚଳ ଗାଁରୁ ସହର । ରାଜ୍ୟ ବାହାରେ ଥିବା ଓଡିଆ ମଧ୍ୟ ଏହି ଦିନଟିକୁ ପାଳନ ପାଇଁ ନିଜର ସମୟ ବାହାର କରି ପିଠାପଣାର ବ୍ୟବସ୍ଥା କରିବା ସହ ଦୋଳି ଖେଳି ମିଠାପାନ ଖାଇଥାନ୍ତି ।ସବୁଠି ମହାଆଡମ୍ବରରେ ହେଉଛି ଉତ୍ସବ । ଗାଁଠୁ ରାଜଧାନୀ ପର୍ଯ୍ୟନ୍ତ ଚାଲିଛି ରଜ ମଉଜ । କୂଆଁରିଙ୍କ ମନରେ ଅସୁମାରି ଆନନ୍ଦ ଉଲ୍ଲାସ । ନୂଆ ପୋଷକ ପିନ୍ଧି ସଜେଇ ହୋଇ ସାଙ୍ଗସାଥିଙ୍କ ସହ ରଜ ଦୋଳିର ମଜା ନେଇଛନ୍ତି ଝିଅ ଓ ବୋହୂ । ପିଠାପଣାର ମହକରେ ବାସୁଛି ଗାଁ ଗଣ୍ଡା । ସବୁଠି ପୋଡ଼ ପିଠା ସାଙ୍ଗକୁ ରଜ ପାନର ଆଦର । ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ମଧ୍ୟ ରଜ ପାନ ଖାଇ ଉତ୍ସବରେ ସାମିଲ ହୋଇଛନ୍ତି । ଅନେକ ଗାଁରେ ଆୟୋଜିତ ହେଉଛି ଦୋଳି ଓ କବାଡ଼ି ଖେଳ ପ୍ରତିଯୋଗିତା । ଭୁବନେଶ୍ବରରେ ଓଟିଡିସି ପକ୍ଷରୁ ରଜ ଉତ୍ସବ ଆୟୋଜନ କରାଯାଉଛି । ପାରମ୍ପରିକ ପିଠାର ପସରା ଖୋଲି ଗଡୁଛି ପିଠା ଅନ ହ୍ବିଲ୍ ।