ଆସନ୍ତା ୧୪ ତାରିଖରୁ ବଢ଼ିବ ବର୍ଷାର ପରିମାଣ

ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ । ବିଭିନ୍ନ ସ୍ଥାନରେ ମେଘୁଆ ପାଗ ସହିତ ବର୍ଷା ହେଉଛି । ଆସନ୍ତା ୧୪ ତାରିଖରେ ବର୍ଷାର ପରିମାଣ ଓ ବିସ୍ତୃତି ବଢ଼ିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମୌସୁମୀ ନିମ୍ନ ଚାପ ରେଖା ରାଜସ୍ଥାନର ଡଶେଲମେରରୁ ବାହାରି ସିକର, ଓରାଇ, ସୁଲତାନପୁର, ପାଟନା ଏବଂ ପଶ୍ଚିମବଙ୍ଗର ମାଲଦାରୁ ପୂର୍ବଦିଗରେ ଅରୁଣାଚଳ ପ୍ରଦେଶ ଯାଏଁ ଲମ୍ବିଛି । ଏହା ବାୟୁମଣ୍ଡଳରେ ୦.୯  କିଲୋମିଟର ଉଚ୍ଚତା ଯାଏଁ ସକ୍ରିୟ ରହିଛି । ଆସନ୍ତା ୨୪ ଘଣ୍ଟାରେ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି । ତେବେ ଆସନ୍ତା ୧୪ ତାରିଖରୁ ବର୍ଷା ବଢ଼ିବାକୁ ଥିବାବେଳେ ୧୬ ତାରିଖରୁ ସାରା ରାଜ୍ୟରେ ବିସ୍ତୃତ ବର୍ଷା ଦେଖିବାକୁ ମିଳିବ ।ବର୍ତମାନ ସୁଦ୍ଧା ୧୭ ଜିଲ୍ଲାର ବର୍ଷା ସ୍ଥିତି ନିଅଣ୍ଟ ଥିବାବେଳେ ଚଳିତ ମୌସୁମୀ ଋତୁରେ ୧ ଜୁନରୁ ଏଯାଏ ୨୩୨.୭ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।