ଆଜି ବିଶ୍ବ ଜନଜାତି ଦିବସ । ଆଜିର ଦିନକୁ ପାଳନ କରୁଛନ୍ତି ଆଦିବାସୀ ସମ୍ପ୍ରଦାୟର ଲୋକମାନେ । ଦେଶର ବିଭିନ୍ନ ସ୍ଥାନରେ ଆଦିବାସୀ ସମ୍ପ୍ରଦାୟର ଲୋକ ବସବାସ କରୁଛନ୍ତି । ଆଦିବାସୀଙ୍କ ଜନସଂଖ୍ୟା, ଅଧିକାର, ସୁରକ୍ଷାକୁ ପ୍ରୋତ୍ସାହିତ କରିବାକୁ ଆଜିର ଦିନଟିଏ । ଦେଶରେ ସର୍ବାଧିକ ଜନଜାତି ଥିବା ରାଜ୍ୟ ହେଉଛି ଓଡ଼ିଶା । ଯେଉଁଠି ପ୍ରାୟ ୬୨ ପ୍ରକାରର ଆଦିବାସୀ ବସବାସ କରିଥାନ୍ତି । ରାଜ୍ୟ ସରକାର ଜନଜାତିଙ୍କ ପାଇଁ ଅନେକ ଯୋଜନା କରିଛନ୍ତି । ଏଣିକି ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାର ସୁନିଶ୍ଟିତ ହେବ । ଜନଜାତିମାନଙ୍କ ଜୀବିକାରେ ଆସିବ ସ୍ଥାୟିତ୍ବ । ଜନଜାତିଙ୍କ ବିକାଶରେ ସୃଷ୍ଟି ହେବ ନୂଆ ମାଇଲଷ୍ଟୋନ । ବିଶ୍ଵ ଜନଜାତି ଦିବସ ଅବସରରେ ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରି ଏହି ଆଶା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ ଗୋଷ୍ଠୀଗତ ଅଧିକାରକୁ ସୁନିଶ୍ଟିତ କରିବା ଏହି ଯୋଜନାର ଲକ୍ଷ୍ୟ । ଏହାସହିତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟକ୍ରମଗୁଡିକୁ ଏହି ଯୋଜନା ସହିତ ଯୋଡି ଜନଜାତି ମାନଙ୍କ ଜୀବିକାରେ ସ୍ଥାୟିତ୍ବ ସୃଷ୍ଟି କରିବା ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ସର୍ଭେ ହୋଇ ନ ଥିବା ଜଙ୍ଗଲ ଗାଁ ଗୁଡିକୁ ରାଜସ୍ବ ଗ୍ରାମର ମାନ୍ୟତା ପ୍ରଦାନ କରାଯିବ ।
ବିଶ୍ଵ ଦେଶଜ ଅଧିବାସୀ ଦିବସ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ଜଙ୍ଗଲ ଜମି ଯୋଜନାର ଶୁଭାରମ୍ଭ କରିଛନ୍ତି। ସମସ୍ତଙ୍କ ସହଯୋଗରେ ଜନଜାତି ମାନଙ୍କ ବିକାଶ କ୍ଷେତ୍ରରେ ଏହି ଯୋଜନା ଦ୍ବାରା ଏକ ମାଇଲଷ୍ଟୋନ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ଜଙ୍ଗଲ ଜମି ଉପରେ ସମସ୍ତ ଯୋଗ୍ୟ ବ୍ୟକ୍ତିଗତ ଓ… pic.twitter.com/6jMSO89lrI
— I & PR Department, Odisha (@IPR_Odisha) August 9, 2023
ସେପଟେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ଗଜପତି, କୋରାପୁଟ, ରାୟଗଡା, ମାଲକାନଗିରି ଆଦି ଜିଲ୍ଲାରେ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଲୋକ ବସବାସ କରିଥାନ୍ତି । ଯେଉଁସବୁ ଅଂଚଳକୁ ଆଜି ବି ବିକାଶ ଛୁଇଁ ପାରିନାହିଁ । ସ୍ବାସ୍ଥ୍ୟ ସେବା ଓ ବୀମା କ୍ଷେତ୍ରରେ ଆମ ରାଜ୍ୟର ଆଦିବାସୀଙ୍କ ସଂଖ୍ୟା ବହୁତ ପଛରେ ।ଶିକ୍ଷା, ସ୍ବାସ୍ଥ୍ୟ କ୍ଷେ ତ୍ରରେ ରାଜ୍ୟର ଆଦିବାସୀ ବହୁତ ପଛରେ ଥିବା ବିଭିନ୍ନ ରିପୋର୍ଟରେ ପ୍ରକାଶିତ ହେଉଛି । ସରକାର ଏଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ ।