ଏ ବର୍ଷ ଶେଷରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ

ଭୁବନେଶ୍ବର: ୨୦୨୩ ଶେଷ ପୂର୍ବରୁ ଭୁବନେଶ୍ୱରରେ ମେଟ୍ରୋ ଟ୍ରେନ କାମ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷା ଦେବୀ। ସେ କହିଛନ୍ତି, ଦିଲ୍ଲୀ ମେଟ୍ରୋ ରେଳ ନିଗମ ପରାମର୍ଶରେ ଡିପିଆର୍ ପ୍ରସ୍ତୁତି ଚାଲିଛି। ଜୁନ ମାସରେ ମେଟ୍ରୋ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହେବ । ଭିତ୍ତିପ୍ରସ୍ତରର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମେଟ୍ରୋ ଟ୍ରେନ ପାଇଁ ସର୍ଭେ ସରି ଯାଇଛି । ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । ଏହା ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । କେଉଁ ରୁଟରେ ମେଟ୍ରୋ ଟ୍ରେନ୍ ଯିବ ତାହା ଚିହ୍ନଟ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ମେଟ୍ରୋ ଟ୍ରେନ୍ ଚାଲିବ । ପରବର୍ତ୍ତୀ ସମୟରେ ଜଟଣୀ ଓ ପୁରୀକୁ ମେଟ୍ରୋ ଟ୍ରେନ୍ ଯିବା ପାଇଁ ଯୋଜନା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଜାଗା ମିଶନ, ଡ୍ରିଙ୍କ ଫ୍ରମ୍ ଟ୍ୟାପ, ମୁକ୍ତା ଯୋଜନା କାର୍ଯ୍ୟକାରୀ ହେଉଛି। ଏସଏଚଜି ଓ ବସ୍ତି ବାସିନ୍ଦାଙ୍କ ଉନ୍ନତି ଦିଗରେ କାର୍ଯ୍ୟ ଚାଲିଛି। ୧ଲକ୍ଷ ୬୨ ହଜାର ୩୨୭ଟି ଘର ନିର୍ମାଣ କରାଯାଇଛି। ସମସ୍ତ ୧୧୫ ପୌରାଞ୍ଚଳର ୨୦୫୫ ୱାର୍ଡରେ ଘରକୁ ଘର ଯାଇ ଅଳିଆ ସଂଗ୍ରହ କରାଯାଉଛି।