ମହିଳା ଏସ୍ଆଇ ସ୍ୱାଗତିକା ବେହେରା ମୃତ୍ୟୁ ଘଟଣା
କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଆଦର୍ଶ ଥାନା ମହିଳା ଏସ୍ଆଇ ସ୍ୱାଗତିକା ବେହେରାଙ୍କ ଝୁଲନ୍ତା ମୃତଦେହ ଗତ ଶନିବାର କ୍ୱାର୍ଟର୍ସରୁ ଠାବ ହୋଇଥିଲା । ସ୍ୱାଗତିକାଙ୍କୁ ଥାନା ଅଧିକାରୀ ରେବତୀ ଶବର ମାନସିକ ଚାପ, ଅସହ୍ୟ ଅତ୍ୟାଚାର କରିଥିବା ତାଙ୍କ ମାଆ ଉଷାରାଣୀ ବେହେରା ଅଭିଯୋଗ କରିଛନ୍ତି । ଥାନାର ଅଭିଯୋଗ ପରେ ମାମଲା ରୁଜୁ ହୋଇଛି । ଆଜି ସକାଳୁ ଖୋର୍ଦ୍ଧା ନୂଆ ଜଗନ୍ନାଥ ସଡକ ନିରାକାରପୁର କଲେଜଠାରେ ରାସ୍ତାରୋକ କରିଛନ୍ତି । ଫଳରେ ପୁରୀ- ରାମେଶ୍ୱର ଯାତାୟତ ବାଧାପ୍ରାପ୍ତ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ସେମାନଙ୍କୁ ବୁଝାସୁଝା କରୁଛି ।ସେପଟେ ଥାନା ଆଗରେ ନ୍ୟାୟ ଦାବି କରି ସ୍ୱାଗତିକାଙ୍କ ପରିବାର ଲୋକ ଧାରଣାରେ ବସିଥିଲେ । ରବିବାର ରାତି ପ୍ରାୟ ୮ଟାରେ କନ୍ଧମାଳ ଏସ୍ପି ଭିନିତ୍ ଅଗ୍ରୱାଲ୍ ଧାରଣାରେ ବସିଥିବା ସ୍ୱାଗତିକାଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ । ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଛି । ଏଥିସହ ଜି.ଉଦୟଗିରି ଥାନାଧିକାରୀ ରେବତୀ ଶବରଙ୍କୁ ବର୍ତ୍ତମାନ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି ।