Odisha ହାତୀ ଆକ୍ରମଣରେ ମହିଳା ୱାର୍ଡମେମ୍ବର ମୃତ Last updated May 25, 2023 ତେଲକୋଇ: ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ତୋଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୱାର୍ଡମେମ୍ବରଙ୍କ ପ୍ରାଣ ଯାଇଛି ବୋଲି ଜଣାପଡିଛି। ସୂଚନା ମୁତାବକ ତେଲକୋଇ ବନାଞ୍ଚଳ ବନବିହାରୀପୁର ନୂଆଗାଁର ଉକ୍ତ ମହିଳା ଜଣକ ନିକଟସ୍ଥ ବଗିଚାକୁ ଆମ୍ବ ଗୋଟାଇବାକୁ ଯାଇଥିଲେ। ବଗିଚାରେ ଆମ୍ବ ଗୋଟାଉଥିବା ବେଳେ ଏକ ଦନ୍ତା ହାତୀ ତାଙ୍କୁ ଆକ୍ରମଣ କରିଥିଲା। ହାତୀଟି ତାଙ୍କୁ ଶୁଣ୍ଢରେ କଚାଡି ଦେବା ସହ ପାଦରେ ଦଳି ଦେଇଥିଲା। Share