ବାହାରୁଛି ମଦ ସାମ୍ରାଜ୍ୟର କଳା ଟଙ୍କାର ପାହାଡ : କିଏ ସେ ଇନସିପେକ୍ଟର ତିଓ୍ବାରୀ?

ମଦ ସାମ୍ରାଜ୍ୟରେ ଆଇଟି ରେଡ୍ ଯେତିକି ଆଗକୁ ବଢୁଛି, ସେତିିକି ଖୋଲି ଚାଲିଛି କଳାଟଙ୍କାର ଗୁମର ।ବଲାଙ୍ଗିରରେ ଏଯାଏଁ ମିଳିଲାଣି ପ୍ରାୟ ୧୪୦ କୋଟି ଟଙ୍କା। ୧୭୬ଟି ଟଙ୍କା ବ୍ୟାଗ୍ ରୁ ୧୦୬ଟିର ଗଣତି ଶେଷ ହୋଇଥିବାବେଳେ ଆହୁରି ୭୦ଟି ଟଙ୍କା ଭର୍ତ୍ତି ବ୍ୟାଗ୍  ଗଣତି ପାଇଁ ବାକି ରହିଛି। ଗଣତି ଶେଷ ହେବା ପରେ ପୂରା ଟଙ୍କାର ପରିମାଣ ଜଣାପଡ଼ିବ ବୋଲି ସୂଚନା ମିଳିଛି। ଯେଉଁଠି ହାତ ବାଜୁଛି, ସେଇଠି ଦେଖିବାକୁ ମିଳୁଛି ଟଙ୍କାର ପାହାଡ଼ ।  ସମ୍ବଲପୁର ଏସବିଆଇର ମୁଖ୍ୟ ବ୍ରାଞ୍ଚରେ ଟଙ୍କା ଗଣତି ଚାଲିଥିଲା । ଆଉ ସେହି ସମୟର ଏକ୍ସକ୍ଲୁସିଭ ଭିଡିଓ କନକ ନ୍ୟୁଜ ହାତରେ ଲାଗିଛି । ମେସିନରେ କେମିତି ବିଡା ବିଡା ନୋଟ ପକାଇ ବ୍ୟାଙ୍କ କର୍ମଚାରୀ ଗଣତି କରୁଛନ୍ତି, ସେହି ଭିଡିଓ ଏବେ ସାମ୍ନାକୁ ଆସିଛି ।ଏଥିରେ ୫୦ ଟଙ୍କିଆ, ୧୦୦ ଟଙ୍କିଆ, ୨୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟ୍ ରହିଥିଲା । ପୂର୍ବରୁ ୪ ଜଣ କର୍ମଚାରୀ ଗଣତିରେ ନିୟୋଜିତ ଥିଲେ, ଟଙ୍କା ପରିମାଣକୁ ଦେଖି ଶନିବାର ଛୁଟି ଥିବା ସତ୍ୱେ ୯ ଜଣ କର୍ମଚାରୀଙ୍କୁ ଗଣତିରେ ସାମିଲ କରାଯାଇଥିଲା । ୪ଟି ମେସିନରେ ଟଙ୍କାଗଣା ହୋଇଥିଲା । ଟଙ୍କା ପୁରୁଣା ଓ ଓଦାଳିଆ ରହିଥିବାରୁ ଗଣତିରେ ବିଳମ୍ବ ହୋଇଥିଲା ।ସେପଟେ ସମ୍ବଲପୁର ଧନୁପାଲିର ମଦ ବ୍ୟବସାୟୀଙ୍କ ପାଖରୁ ଜବତ ନୋଟର ସରିଲା ଗଣତି।  ଏସବୁ ହେଉଛି ବଳଦେବ ସାହୁ ଆଣ୍ଡ ସନ୍ସ ଠାରୁ ଜବତ ନୋଟ୍। ଦେଶୀ ଭାଟି ଓ ଅଫିସରୁ ଜବତ ଟଙ୍କାର ଗଣତି ଚାଲିଥିଲା SBIର ମୁଖ୍ୟ ଶାଖାରେ। ଗଣତି ପାଇଁ ଆଜି ମୋଟ୍ ୬ଟି ମେସିନ ବ୍ୟବହାର କରାଯାଇଥିଲା। ୧୦ ଜଣ ଟଙ୍କା ଗଣତିରେ ନିୟୋଜିତ ଥିଲେ। ଜବତ ଟଙ୍କା ମଧ୍ୟରେ ଥିଲା ୨୦୦, ୫୦୦ ଓ ୧୦୦ ଟଙ୍କିଆ ନୋଟ୍।  ସେପଟେ ଇନସପେକ୍ଟର ତିଓ୍ବାରୀ କିଏ ? ତାକୁ ନେଇ ମଧ୍ୟ ଚର୍ଚା ଲାଗି ରହିଛି । ତାଙ୍କ ନାମରେ ପାଞ୍ଚ ଲକ୍ଷ ଟଙ୍କା ରଖାଯାଇଥିବା ପଲିଥିନକୁ ନେଇ ଆଲୋଚନା ହେଉଛି ।