ଅପରାହ୍ନରେ ହୀରାକୁଦର ଅଧିକ ଗେଟ୍ ଖୋଲିବା ସମ୍ଭାବନା
ଭୁବନେଶ୍ୱର: ଲଗାଣ ବର୍ଷା କେବଳ ଉତ୍ତରଭାରତର ମୁଣ୍ଡବ୍ୟଥା ବଢ଼ାଇନି ଓଡ଼ିଶାରେ ବି ସମସ୍ୟା ଆଣିଛି । ବର୍ଷା ପାଇଁ ଲୋକେ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି । ସେପଟେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ମହାନଦୀ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟାସ୍ଥିତି ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଉଛନ୍ତି। ବ୍ରାହ୍ମଣୀ, ବୈତରଣୀ ନିୟନ୍ତ୍ରଣରେ ଅଛି । ରସୁଲପୁର ବ୍ଲକର ଏକ ସ୍ଥାନରେ ୧୦ ଫୁଟର ଘାଇ ସୃଷ୍ଟି ହୋଇଛି । ତେରମାଣପୁର ଘରିରେ ୧୦ରୁ ୨୦ ଫୁଟ ଘାଇ । ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ତଳେ ବହୁଛି ବନ୍ୟାଜଳ । ପୁଣି ଉପର ମୁଣ୍ଡରେ ବର୍ଷା ହେବାର ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି ।