୫ଟା ସୁଦ୍ଧା ଝାରସୁଗୁଡ଼ାରେ ହୋଇଛି ୬୮.୧୨ ପ୍ରତିଶତ ମତଦାନ

ଝାରସୁଗୁଡ଼ା: କିଏ ହେବ ଝାରସୁଗୁଡ଼ା ବିଧାୟକ  ।  ମନ୍ତ୍ରୀ ନବକିଶୋର ଦାସଙ୍କ ଝିଅ ଦୀପାଳି ଦାସ ନା ବିଜେପି ନେତା ଟଙ୍କଧର ତ୍ରିପାଠୀ । କି ଏହି ଆସନ କଂଗ୍ରେସ ନେତା ତରୁଣ ପାଣ୍ଡେଙ୍କ ହାତକୁ ଯିବ । ତାହା ଫଳାଫଳ ଗଣତି ପରେ ଜଣାପଡିବ । ଖରା ସତ୍ତ୍ୱେ ଅପରାହ୍ନ ୫ଟା ସୁଦ୍ଧା ୬୮.୧୨ ପ୍ରତିଶତ ଭୋଟର୍ ନିଜ ମତାଧିକାର ସାବ୍ୟସ୍ତ କରି ନେତା ବାଛିଛନ୍ତି । ପୁରୁଷଙ୍କ ଭୋଟରଙ୍କ ତୁଳନାରେ ମହିଳା ଭୋଟର ଅଧିକ  ମତଦାନ କରିଛନ୍ତି । ବିଜେପି, ବିଜେଡି ଓ କଂଗ୍ରେସ  ଦଳର ପ୍ରାର୍ଥୀ ନିଜ ନିଜର ବିଜୟ ନେଇ ଆଶାବାଦୀ ଅଛନ୍ତି । ଆଜି ଅପରାହ୍ନ ୩ଟା ସୁଦ୍ଧା ଝାରସୁଗୁଡ଼ାରେ ୬୮.୧୨ ପ୍ରତିଶତ ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଛନ୍ତି।  ମୋଟ ୯ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବାବେଳେ ଏମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେଙ୍କ ମଧ୍ୟରେ ମୁଖ୍ୟତଃ ଲଢ଼େଇ ହେବାକୁ ଥିବାବେଳେ ସମୁଦାୟ ୨ ଲକ୍ଷ ୨୧ ହଜାର ଭୋଟରଙ୍କ ମଧ୍ୟରୁ ୬୨୪୧୯ ଜଣ ପୁରୁଷ ଭୋଟର ଥିବାବେଳେ ୫୯୯୬୩ ଜଣ ମହିଳା ଭୋଟର ରହିଛନ୍ତି । ତେବେ ମତଦାନ ସମୟରେ କିଛି ବୁଥରେ ବିଶୃଙ୍ଖଳା ହୋଇଥିବା ଦେଖିବାକୁ ମିଳିଛି |