ନିମାପଡାପେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କଲେ ବିଜେଡିର ଷ୍ଟାର୍ ପ୍ରଚାରକ ଭି.କେ ପାଣ୍ଡିଆନ୍ । ସଭାମଞ୍ଚରୁ ବିରୋଧୀଙ୍କୁ କଲେ ଟାର୍ଗେଟ୍ । କହିଲେ, ଏତେ ବଡ ଜନ ସମୁଦ୍ର ଦେଖି ବିରୋଧୀଙ୍କ ନିଦ ହଜିଯାଇଥିବ । ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଦେଖି ବିରୋଧୀଙ୍କ ମୁଣ୍ଡ କାମ କରୁନି । ବାହାରୁ ବଡ ବଡ ନେତାଙ୍କୁ ଆସୁଛନ୍ତି, ଆମ ମୁଖ୍ୟମନ୍ତ୍ରୀଙ୍କୁ ଅସମ୍ମାନ କରୁଛନ୍ତି । ମୁଁ ଶୁଣିବାକୁ ପାଇଲି ବିଜେପିର ନେତାମାନେ ଧମକ ଦେଉଛନ୍ତି, ଆମର ସରକାର ଆସୁଛି, ଆମେ ଆପଣଙ୍କୁ ହଇରାଣ କରିବୁ । ବିଲ୍ ପାସ୍ କରିବାକୁ ଦେବୁନି ବୋଲି ଧମକ ଦେଉଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତିରେ ବିଶ୍ୱାସ କରନ୍ତି । ଆମର କେହି କିଛି କରିପାରିବେ ନାହିଁ । ମୁଁ ଦୃଢ ଆତ୍ମ ବିଶ୍ୱାସର ସହ କହିବି, ଝଗଡା କରନ୍ତୁ ନାହିଁ, ଭଲ ହେବ ନାହିଁ । ବିରୋଧୀଙ୍କୁ ମହାପ୍ରଭୁ ସଦବୁଦ୍ଧି ଦିଅନ୍ତୁ । ଓଡିଶାକୁ ଆସି ଓଡିଶା ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଅଶାଳିନ ମନ୍ତବ୍ୟ ନଦେଇ ଓଡିଶା ସଂସ୍କାର ଶିଖିକି ଯାଆନ୍ତୁ ବୋଲି ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି ଭିକେ ପାଣ୍ଡିଆନ୍ ।
ସନସଭାକୁ ସମ୍ବୋଧନ କରି ଭିକେ ପାଣ୍ଡିଆନ୍ କହିଛନ୍ତି, ଜୁନ୍ ୯ତାରିଖରେ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଶପଥ ଗ୍ରହଣ କରିବା ପରେ ତିନୋଟି ଦସ୍ତଖତ କରିବେ । ବିଜୁଳି ବିଲ୍ ଛାଡ କରିବା ପାଇଁ ପ୍ରଥମ ଦସ୍ତଖତ କରିବେ । ସମସ୍ତେ ପାଇବେ ବିଏସକେୱାଇ କାର୍ଡ ଏନେଇ ଦ୍ୱିତୀୟ ଜସ୍ତଖତ କରିବେ ମୁଖ୍ୟମନ୍ତ୍ରୀ । ମିଶନ ଶକ୍ତି ମାଆ ମାନଙ୍କୁ ଭତ୍ତା ଦିଆଯିବା ନେଇ ତୃତୀୟ ଦସ୍ତଖତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯୋଡି ଶଙ୍ଖରେ ଭୋଟ୍ ଦେଇ ବିଜେଡିକୁ ବିଜୟ କରିବା ପାଇଁ ଜନତାଙ୍କୁ ଅନୁରୋଧ କରିଛନ୍ତି ଭିକେ ପାଣ୍ଡିଆନ୍
Trending
- ଓଡ଼ିଶା ଇନଭେଷ୍ଟର୍ସ ମିଟ୍: IBPGଗ୍ରୁପ୍ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
- ଭତ୍ତା ଯନ୍ତ୍ରଣା,ବର୍ଷାରେ ଓଦା ହୋଇ ବିକ୍ଷୋଭ କଲେ ୪ ଶହରୁ ଅଧିକ ବୃଦ୍ଧବୃଦ୍ଧା
- ବଢ଼ୁଥିବା ଟ୍ରେନ୍ ସଂଖ୍ୟା ଏବଂ ଯାତାୟାତ ଚାପକୁ ଦୃଷ୍ଟିରେ ରଖି ୭ଟି ହାଇ ଡେନସିଟି ନେଟୱର୍କ କରିଡର ହେବ ଫୋର୍-ଲେନ୍
- ଆବୁଧାବିରେ ପହଞ୍ଚିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ନିବେଶକ ସମ୍ମିଳନୀରେ ଦେବେ ଯୋଗ
- PG କୋଠା ଭୁଶୁଡ଼ିବା ଘଟଣା:ଦୁର୍ଘଟଣାସ୍ଥଳ ପରିଦର୍ଶନ କରି ବିପଜ୍ଜନକ ସ୍ଥିତିରେ ଥିବା ନିକଟସ୍ଥ କୋଠାଗୁଡ଼ିକୁ ତୁରନ୍ତ ଉଚ୍ଛେଦ କରିବା ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
- ଓଡ଼ିଶାରୁ ବିରଳ ଓରାଙ୍ଗଉଟାନ ଠାବ , ବାଲେଶ୍ବରର ରଣକୋଠା ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଙ୍ଗଉଟାନକୁ ଠାବ କରିଛି ବନବିଭାଗ
- ଆଜି ଶ୍ରୀମନ୍ଦିରରେ ପ୍ରଭୁ ବଳଭଦ୍ରଙ୍କର ପ୍ରଳମ୍ବାସୁର ବଧ ବେଶ ଅନୁଷ୍ଠିତ
- ଟ୍ରାଫିକ୍ ପୁଲିସ କର୍ମଚାରୀଙ୍କ ପାଇଁ ଶୋଲ୍ଡର ଫ୍ଲିକରିଂ ଲାଇଟ୍ ବ୍ୟବସ୍ଥାର ଶୁଭାରମ୍ଭ
- ଦିଲ୍ଲୀ PG ଟ୍ରାଜେଡି: ୬ ମୃତ ,PG ମାଲିକଙ୍କୁ ଠାବ କରିବା ପାଇଁ ପୋଲିସର ସ୍ୱତନ୍ତ୍ର ଟିମ୍ ଗଠନ
- ପିଆଜ ପୁଣି ଉପରମୁହାଁ,ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର ୬୦ରୁ ୭୦ ଟଙ୍କା ଛୁଇଁଲାଣି