ଆଜିଠୁ ମୋଟର ଆଇନ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର: ନାବାଳକଙ୍କୁ ଲାଗିବ ଫାଇନ । ଆପଣ ଯଦି ଆପଣଙ୍କ ପିଲାଙ୍କୁ ଗାଡି ଚଳାଇବା ପାଇଁ ଦେଉଛନ୍ତି ତେବେ ଫାଇନ ଦେବା ପାଇଁ ମଧ୍ୟ ପ୍ରସ୍ତୁତ ରହନ୍ତୁ । ସ୍କୁଲ, କଲେଜକୁ ଯିବା ପାଇଁ  ଗାଡ଼ି ଦେଉଥିଲେ ସାବଧାନ ହୋଇଯାଆନ୍ତୁ । ସକାଳୁ ସକାଳୁ ତିନି ଜଣ ନାବାଳକଙ୍କୁ ଲାଗିଲାଣି ମୋଟା ଅଙ୍କର ଫାଇନ। ବିଶେଷ କରି ସ୍କୁଲ ଛାତ୍ରଛାତ୍ରୀ ଉପରେ ରହିବ କଡ଼ା ନଜର  । ମୋଟର ଆଇନ 19-A ଆଧାରରେ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଆପଣଙ୍କୁ  ପଡ଼ିବ ଫାଇନ । ଏହାସହ ଗାଡ଼ି ମାଲିକ କିମ୍ବା ଅଭିଭାବକଙ୍କୁ ଯିବାକୁ ପଡ଼ିପାରେ ଜେଲ ।  ସମ୍ପୃକ୍ତ ନାବାଳକଙ୍କୁ ୨୫ ବର୍ଷ ପର୍ଯ୍ୟନ୍ତ ମିଳିବନି ଗାଡ଼ି ଲାଇସେନ୍ସ ।ମୁଖ୍ୟତଃ ଗାଡ଼ି ଚଲାଉଥିବା ସମୟରେ ନିଶା ସେବନ କରିବା, ବିନା ହେଲମେଟରେ ଗାଡ଼ି ଚଳାଇବା, ଦ୍ରୁତ ଗତିରେ ଚାଳନା କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ।