ଆସନ୍ତାକାଲି ୮୦୦୦ କୋଟି ଟଙ୍କା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ପୁରୀ-ହାୱଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍ର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହା ସହ କଟକ, ପୁରୀ ୨ଟି ଷ୍ଟେସନର ଶିଳାନ୍ୟାସ ଭର୍ଚୁଆଲ ମାଧ୍ୟମରେ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ’ ୧୮ ତାରିଖ ମଧ୍ୟାହ୍ନ ୧୨ଟା ୩୦ରେ ଉଭୟ ପୁରୀ ଓ କଟକ ରେଳଷ୍ଟେସନ ନବୀକରଣ ପାଇଁ ଶିଳାନ୍ୟାସ କରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସମେତ ଅନ୍ୟ ଅତିଥିମାନେ ଉପସ୍ଥିତ ରହିବେ। ପୁରୀ ଓ କଟକ ଦୁଇଟି ରେଳଷ୍ଟେସନରେ ଯାତ୍ରୀଙ୍କ ପାଇଁ ଅତ୍ୟାଧୁନିକ ସୁବିଧା ରହିବ।
Can you guess 🤔which state is going to get its first #VandeBharatExpress🚄 tomorrow? pic.twitter.com/ftGN17wW8y
— Ministry of Railways (@RailMinIndia) May 17, 2023