୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ହେଲେ ଭି କାର୍ତ୍ତିକେୟ ପାଣ୍ଡିଆନ

ଭୁବନେଶ୍ବର: ୫-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ୍ । ଭି.କେ ପାଣ୍ଡିଆନଙ୍କୁ ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା । ସେ ସିଧାସଳଖ ଭାବେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ କାର୍ଯ୍ୟ କରିବେ  । ସାଧାରଣ ପ୍ରଶାସନ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି  । ଗତକାଲି ସ୍ବେଚ୍ଛାକୃତ ଅବସର ନେଇଥିଲେ ବରିଷ୍ଠ ଆଇଏଏସ ଭି.କେ. ପାଣ୍ଡିଆନ  । ସରକାରୀ ଚାକିରିରୁ ସ୍ବେଚ୍ଛାକୃତ ଅବସର ନେବା ପରେ ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ମିଳିଛି ଏହି ନୂଆ ନିଯୁକ୍ତି। ସବୁ କଳ୍ପନାର ଅବସାନ ଘଟିବା ପରେ ଏବେ ‘୫-ଟି’ ଓ ‘ନବୀନ ଓଡ଼ିଶା’ର ଅଧ୍ୟକ୍ଷ ଭାବେ ଦାୟିତ୍ବ ତୁଲାଇବେ ଭି କାର୍ତ୍ତିକେୟ ପାଣ୍ଡିଆନ।  ଗତକାଲି ତାଙ୍କ ଅବସର ଆବେଦନକୁ କେନ୍ଦ୍ର ସରକାରଙ୍କ ଦ୍ବାରା ଅନୁମୋଦିତ ହେବା ପରେ ରାଜ୍ୟ ସରକାର ଭି କାର୍ତ୍ତିକେୟ ପାଣ୍ଡିଆନଙ୍କୁ ଏହି ନୁଆ ଦାୟିତ୍ବ ଦେଇଛନ୍ତି। ଏନେଇ ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ନି‌ର୍ଦେଶନାମା ଜାରି କରାଯାଇଛି।