ନୂଆପଡ଼ା ଗସ୍ତରେ ଭିକେ ପାଣ୍ଡିଆନ୍
ନୂଆପଡ଼ା: କଳାହାଣ୍ଡିର ଥୁଆମୁଳ-ରାମପୁରଠାରେ ପ୍ରସିଦ୍ଧ ମା’ ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରିବା ପରେ ନୂଆପଡ଼ା ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ୍ । ସକାଳ ୭ଟା ୩୦ରେ ପ୍ରଥମେ ସେ ସିନାପାଲି ବ୍ଲକ ନିଲଜି ଗଦରାମାଲ ଗସ୍ତ କରିଛନ୍ତି । ମେଗା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି ଭିକେ ପାଣ୍ଡିଆନ୍ । ପରେ ସ୍ଥାନୀୟ ଜନସାଧାରଣଙ୍କୁ ସାକ୍ଷାତ କରି ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ପରେ ବୋଡେନ ବ୍ଲକ ଲିଟିସରର୍ଗି ହାଇସ୍କୁଲ ଗସ୍ତ କାର୍ଯ୍ୟକ୍ରମ ରହିଛି । ସେଠାରେ ସେ ସ୍କୁଲ ଉନ୍ନତିକରଣ କାର୍ଯ୍ୟର ଅନୁଧ୍ୟାନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସେଠାରୁ ସେ ବୋଡେନ ବ୍ଲକ ସଦରରେ ଥିବା ମିଶନ ଶକ୍ତି କାଫେ ପରିଦର୍ଶନ କରିବେ ।
କଳାହାଣ୍ଡିର ଥୁଆମୁଳ-ରାମପୁରଠାରେ ପ୍ରସିଦ୍ଧ ମା’ ମାଣିକେଶ୍ବରୀ ମନ୍ଦିର ପରିଦର୍ଶନ କରି ଏହାର ପୁନର୍ବିକାଶ ଉପରେ #5T ସଚିବ ଗୁରୁତ୍ବ ଆରୋପ କରିଛନ୍ତି। ସ୍ଥାନୀୟ ଜନସାଧାରଣ ଓ ମନ୍ଦିର କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରି ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। pic.twitter.com/RhYfgK73xv
— CMO Odisha (@CMO_Odisha) May 20, 2023