ନବରଙ୍ଗପୁର ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ

ନବରଙ୍ଗପୁର:ଦୁଇ ଦିନିଆ ନବରଙ୍ଗପୁର ଗସ୍ତରେ କେନ୍ଦ୍ର ଗ୍ରାମୀଣ ବିକାଶ ଓ ପଞ୍ଚାୟତିରାଜ ମନ୍ତ୍ରୀ ଗିରିରାଜ ସିଂ । ବିଭାଗୀୟ ଅଧିକାରୀଙ୍କ ଠାରୁ ସନ୍ତୋଷ ଜନକ ଉତର ନପାଇ ବିଗିଡିଲେ କେନ୍ଦ୍ରମନ୍ତ୍ରୀ । ଗତକାଲି ସନ୍ଧ୍ୟାରେ ସର୍ଟିକ ହାଉସରେ ପହଞ୍ଚିବା ପରେ ସମୀକ୍ଷା ବୈଠକ କରିଥିଲେ ।ଆରଡି, ଏଲଆର ଓ ପଞ୍ଚାୟତି ରାଜ ବିଭାଗର ଅଧିକାରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଆଲୋଚନା କରିଥିଲେ । କେନ୍ଦ୍ରୀୟ ଯୋଜନାର ଅନୁଦାନର କାର୍ଯ୍ୟକାରିତା ଓ ତାହାର ସୁବିନିଯୋଗ ନେଇ ସମୀକ୍ଷା କରିଥିଲେ ଗିରିରାଜ ସିଂ ।